ଶବ୍ଦ ଓଡିଶା ବ୍ୟୁରୋ: ନାକ୍ ଗ୍ରେଡରେ ତଳକୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ। ୩ .୧୬ ପଏଣ୍ଟ ସ୍କୋର ସହ ରାଜ୍ୟର ଏହି ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଏ ପ୍ଲସରୁ ଏ ମାନ୍ୟତାକୁ ଖସିଛି। ଗତ ମାସରେ ନାକ୍ ଭ୍ୟାଲୁଏସନ ଟିମ୍ ସଦସ୍ୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଆସି ଅନୁଧ୍ୟାନ କରିଥିଲେ। ପରେ ସେମାନେ କାଉନ୍ସିଲକୁ ରିପୋର୍ଟ ଦେଇଥିଲେ।
ତେବେ ନାଁ କରା ଏହି ଶିକ୍ଷାନୁଷ୍ଠାନର ଗ୍ରେଡ୍ କମିବା ଉଦ୍ବେଗର ବିଷୟ ହୋଇଛି। ଦୁର୍ବଳ ଭିତ୍ତିଭୂମି ଏହାର କାରଣ ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।
