ଶବ୍ଦ ଓଡିଶା ବ୍ୟୁରୋ: ବିରାଟ କୋହଲି ଓ ଗୌତମ ଗମ୍ଭୀର । ଭାରତୀୟ କ୍ରିକେଟର ଦୁଇ ବଡ଼ ନାଁ । ହେଲେ ଏମାନଙ୍କ ମଧ୍ୟରେ ତିକ୍ତ ସମ୍ପର୍କ ରହିଥିବାର ଚର୍ଚ୍ଚା ହୋଇଥାଏ । ଏହାର ପୁଣି ଏକ ପ୍ରମାଣ ମିଳିଛି । ଆଇପିଏଲ ମ୍ୟାଚ୍ ବେଳେ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟ ରେ କଥା କଟାକଟି ହେଉଥିବା ଦେଖିବାକୁ ମିଳିଛି । ସୋମବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜିଆଂଟସ୍ ମଧ୍ୟରେ ମ୍ୟାଚ୍ ପରେ ଏହା ଦେଖିବାକୁ ମିଳିଛି । ଏହି ମ୍ୟାଚକୁ ବାଙ୍ଗାଲୋର ଜିତିନେଇଥିଲା । ତେବେ ମ୍ୟାଚ୍ ପରେ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଅନ୍ୟ ଖେଳାଳିମାନେ ଦୁହିଁଙ୍କୁ ଅଲଗା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ଗମ୍ଭୀର ଏବେ ଲକ୍ଷ୍ନୌ ଟିମର କୋଚ୍ ଅଛନ୍ତି ।
You May Also Like
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
More From Author
ଆଇସିସି ଆଣିଲା ନୂଆ ନିୟମ ଷ୍ଟପ୍ କ୍ଲକ୍
November 22, 2023
୫ ବର୍ଷରେ ରାଜ୍ୟରେ ୨,୮୧୭ ବନ୍ୟପ୍ରାଣୀଙ୍କ ମୃତ୍ୟୁ
November 22, 2023
ଭୁବନେଶ୍ୱରରେ ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍
September 13, 2023
+ There are no comments
Add yours