Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ‘ଦ କେରଳ ଷ୍ଟୋରି’ ଏକ ବିବାଦୀୟ ଚଳଚ୍ଚିତ୍ର। ମହିଳାଙ୍କ ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହେଲେ ମହିଳାଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇପାରେ। ତେଣୁ ଏଠାରେ ଏହି ଚଳଚ୍ଚିତ୍ରକୁ ପ୍ରଦର୍ଶନ କରିବା ଉଚିତ ନୁହେଁ ବୋଲି କେରଳ ସରକାର ଆହ୍ବାନ ଦେଇଛନ୍ତି। କେରଳର ପ୍ରାୟ ୩୨ ହଜାର ମହିଳାଙ୍କୁ ପ୍ରଲୋଭିତ କରି ସିରିୟା ଏବଂ ଆଫଗାନିସ୍ତାନରେ ଆତଙ୍କ ଖେଳାଉଥିବା ସଂଗଠନ ଇସଲାମିକ ଷ୍ଟେଟରେ ସାମିଲ କରିବା ଭଳି କାହାଣୀ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି। କିନ୍ତୁ ସରକାରୀ ରେକର୍ଡରେ ସେଭଳି କିଛି ତଥ୍ୟ ନଥିବାବେଳେ ଏଭଳି ଗୁଜବ କାହାଣୀ ଅଶାନ୍ତି ସୃଷ୍ଟି କରିବ ବୋଲି କେରଳ ସରକାର କହିଛନ୍ତି।
ୟୁନାଇଟେଡ ଡେମୋକ୍ରେଟିକ ଫ୍ରଣ୍ଟ ଓ କଂଗ୍ରେସ ପକ୍ଷରୁ ବି ଏହି ଚଳଚ୍ଚିତ୍ର ପ୍ରଦର୍ଶନକୁ ବିରୋଧ କରାଯାଇଛି। ତେବେ ଅନ୍ୟପକ୍ଷରେ ସିନେମା ହଲ ମାଲିକମାନଙ୍କ ସଂଗଠନ (ଫିଲ୍ମ ଏକ୍ସିବିଟରସ ୟୁନାଇଟେଡ ଅର୍ଗାନାଇଜେସନ ଅଫ କେରଳ) ଫ୍ୟୁକ ପକ୍ଷରୁ କୁହାଯାଇଛି ଯେ, ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଲୋକେ ବ୍ୟଗ୍ର ଅଛନ୍ତି।

Leave a Reply

Your email address will not be published. Required fields are marked *