ଦେଖନ୍ତୁ ଏହି ଦୃଶ୍ୟ । ଏହା କୌଣସି ବାହାର ରାଜ୍ୟର ନୁହେଁ । ଆମ ରାଜ୍ୟର । ମହାନଦୀର ସାତକୋସିଆ ଗଣ୍ଡର ଦୃଶ୍ୟ । ମା ଘଡିଆଳ କୁମ୍ଭୀର ଦେଇଥିବା ୨୮ ଅଣ୍ଡାରୁ ବାହାରିଥିବା ଛୁଆ ଏବେ ପ୍ରକୃତି ସହ ଖାପଖୁଆଇ ବଞ୍ôଚବାକୁ ଚଳାଇଛନ୍ତି ସଂଗ୍ରାମ । ଆଉ ମା’ କୁମ୍ଭୀର ଛୁଆମାନଙ୍କ ଉପରେ ରଖିଛି ତୀକ୍ଷ୍ଣ ନଜର । ମାଆର ମମତାକୁ ଦେଖନ୍ତୁ । ମା କୁମ୍ଭୀର ଛୁଆମାନଙ୍କୁ ଛାଡି କ୍ଷଣକ ପାଇଁ ମଧ୍ୟ ଯାଉ ନାହିଁ । ମହାନଦୀ କୂଳରେ ଖେଳୁଛନ୍ତି ଛୁଆ । କାଳେ କିଛି ଅଘଟଣ ଘଟିବ, ସେଇ ଆଶଙ୍କାରେ ମାଆ ଜଗି ରହିଛି । ରାଜ୍ୟ ବଣ୍ୟପ୍ରାଣୀ ବିଭାଗର ନିର୍ଦ୍ଦେଶରେ ଅନୁଗୁଳ ବଣ୍ୟପ୍ରାଣୀ ଡିଭିଜନର ଡିଏଫ୍ଓ, ଅନୁଗୁଳ ସିସିଏଫ୍ କୁ୍ମ୍ଭୀର ଛୁଅଗୁଡିକ ଉପରେ ନଜର ରଖିଛନ୍ତି ।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
ଭୁବନେଶ୍ୱର ଯଶୋଦା ମା ଫାଉଣ୍ଡେସନର ତୃତୀୟ ବାର୍ଷିକ ଉତ୍ସବ ପାଳିତ
July 13, 2024
More From Author
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
+ There are no comments
Add yours