ପୁରୀ ହାବିଲଦାର କନେଷ୍ଟବଳ ଶାଖା ସଂଘ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ

ଶବ୍ଦ ଓଡିଶା ବ୍ୟୁରୋ: ଓଡିଶା ପୋଲିସ ହାବିଲଦାର କନେଷ୍ଟବଳ ଶାଖା ସଂଘ, ପୁରୀ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ | ଓଡିଶା ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ରଙ୍କ ଦ୍ୱାରା ଏହାର ଆରମ୍ଭ କରାଯାଇଛି | କାର୍ଯ୍ୟକ୍ରମରେ ସାମ୍ବାଦିକ ପ୍ରଦୀପ କୁମାର ନାୟକ, କନେଷ୍ଟେବଲ ସଂଘର ସଭାପତି ପ୍ରକାଶ କୁମାର ଆଚାର୍ଯ୍ୟ ଓ ସମ୍ପାଦକ ହିମାଂଶୁ ଦାଶ ଯୋଗ ଦେଇ ଜନତାଙ୍କୁ ଟଙ୍କ ତୋରାଣି ବଣ୍ଟନ କରିଥିଲେ |
ଏସ.ପି. କେ. ବିଶାଲ ସିଂଙ୍କ ନିର୍ଦେଶ କ୍ରମେ ପଣା ସଂକ୍ରାନ୍ତି ଠାରୁ ଆସନ୍ତା ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିବ | ପ୍ରତିଦିନ ଦୁଇ ହଜାରରୁ ଅଧିକ ଜନତା, ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ସହରବାସୀ ଏହି ଟଙ୍କତୋରାଣି ପିଉଥିବା ଜଣାପଡିଛି |ମିନେରାଲ ପାଣି, ଦହି, ଲେମ୍ବୁ, କମଳା, ଜିରାଫୁଟଣ, ଭୁରସୁଙ୍ଗା ପତ୍ର, ଅଭଡ଼ା ଓ ଆମ୍ବକସି ମିଶ୍ରିତ ଏହି ପଣା ପିଇ ଜନତା ଆତ୍ମସନ୍ତୋଷ ପାଉଥିବା କହିଛନ୍ତି | ଏହା ପୋଲିସ ଓ ଜନତାଙ୍କ ମଧ୍ୟରେ ଏହା ଉତ୍ତମ ସଂପର୍କ ସୃଷ୍ଟି କରୁଛି | ସଂଘର ସମସ୍ତ ସଭ୍ୟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି |

You May Also Like

More From Author

+ There are no comments

Add yours