Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ ନବଚେତନା ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ପୁରୀ ଜିଲ୍ଲାର ବିଭିନ୍ନ ସ୍କୁଲରୁ ବଛାଯାଇଥିବ ୫୦ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନବଚେତନା ପ୍ରଶିକ୍ଷଣ ଦିଆଯାଇଛି । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ପ୍ରଶାସନ ପୁରୀ ମିଳିତ ଆନୁକୁଲ୍ୟରେ ପୁରୀ ସଂସ୍କୃତି ଭବନ ଠାରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରକୁ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ଶରତ ଚନ୍ଦ୍ର ମହାପାତ୍ର ଉଦଘାଟନ କରିଥିଲେ ।

ଛାତ୍ରଛାତ୍ରୀ ମାନଙ୍କ ଜୀବନରେ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ନିଶାମୁକ୍ତ ଛାତ୍ର ସମାଜ ଗଠନ ପାଇଁ ମଧ୍ୟ ଶିକ୍ଷକ ମାନଙ୍କ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ ଅତିରିକ୍ତ ଜିଲ୍ଲାପାଳ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ଶେଖର ମହାରଣା ସ୍ୱାଗତ ଅଭିଭାଷଣ ଦେବା ସହିତ ପ୍ରଥମ ପର୍ଯ୍ୟାୟରେ ଶିକ୍ଷକ ଦ୍ବିତୀୟ ପର୍ଯ୍ୟାୟରେ ସ୍କୁଲ ଛାତ୍ରଛାତ୍ରୀ ଏବଂ ତୃତୀୟ ପର୍ଯ୍ୟାୟରେ ସାମାଜିକ ସଂଗଠନମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ । ସମାଜିକ କର୍ମୀ ସିଦ୍ଧାର୍ଥ ରାୟ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ବର୍ତ୍ତମାନ କିଶୋର କିଶୋରୀମାନଙ୍କ ମଧ୍ୟରେ ନିଶାସେବନକୁ ପ୍ରତିରୋଧ କରିବାକୁ ହେଲେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଅଭିଭାବଙ୍କ ମଧ୍ୟ ଗୁରୁଦାୟିତ୍ୱ ରହିଛି ବୋଲି କହିଥିଲେ । ଏହି କର୍ମଶାଳାରେ ପ୍ରଶିକ୍ଷକ ଭାବରେ ଭୁବନେଶ୍ୱର ଏସଏଲସିଏର ନିବେଦିତା ମହାନ୍ତି ଓ ବିଶ୍ବରଂଜନ ଦାସ ଯୋଗ ଦେଇଥିବା ବେଳେ ଶିବିରକୁ ଶିଶିର କୁମାର ସାହୁ,ଦିପକ୍ ପଲେଇ,ସୁଭସ୍ମିତା ମୋହିନୀ ଜେନା,ପ୍ରଭୁ ପ୍ରସାଦ ପଣ୍ଡା,ପୂର୍ଣ୍ଣ ଚନ୍ଦ୍ର ରଥ,ଶୋଭା ବୋଙ୍ଗାରି ଓ ବର୍ଷା ମିଶ୍ର ପ୍ରଭୃତି ପରିଚାଳନା କରି ଥିଲେ।

Leave a Reply

Your email address will not be published. Required fields are marked *