Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଆଜି ରଥଖଳାରେ ତୁମ୍ବବିନ୍ଧ ଅନୁକୂଳ ହୋଇଛି। ମହାରଣା ସେବକମାନେ ଏହି କାମର ଅନୁକୂଳ କରିଛନ୍ତି। ୪୨ଟି ତୁମ୍ବରେ ବିନ୍ଧ କରାଯିବ। ପ୍ରଥମେ ନନ୍ଦିଘୋଷ ଓ ପରେ ଦର୍ପଦଳନ ରଥର

ପୂର୍ବରୁ ମହାରଣା ସେବକମାନେ ତିନିରଥର ସମସ୍ତ ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି। କରତି ସେବକମାନେ କାଠଗଡ଼କୁ ଚିରଟ କରି ତିନି ରଥ ପାଇଁ ଦୁଇଟି ଲେଖାଁଏ ତୁମ୍ବଗଡ଼ ଯୋଗାଇ ଦେଇଥିଲେ। ତିନି ରଥର ମହାରଣାମାନଙ୍କୁ କରତି ସେବକମାନେ ଆଉ ଦୁଇଟି ଲେଖାଁଏ ତୁମ୍ବଗଡ଼ ଚିରଟ କରି ଯୋଗାଇ ଦେଇଥିଲେ।

ଦୁଇଟି ତୁମ୍ବପାଇଁ କାଠ ଚିରା ଜାରି ରଖିଥିଲେ। ଏଥିସହ ତିନି ରଥର କମାର ସେବକମାନେ ତୁମ୍ବରେ ଅର ସଂଯୋଗ ପାଇଁ ସର କଣ୍ଟା ନିର୍ମାଣ ଆରମ୍ଭ କରିଥିଲେ। ରଥଖଳାରେ ମହାରଣା ସେବକ ୧୭ ଜଣ, ଭୋଇ ସେବକ ୧୨ ଜଣ, କରତି ସେବକ ୪ଜଣ, କମାର ସେବକ ୬ଜଣ ଓ ରଥଖଳା ସହାୟକ ଜଣେ ମିଶି ମୋଟ୍ ୪୦ ଜଣ ସେବା ଯୋଗାଇଥିଲେ।

Leave a Reply

Your email address will not be published. Required fields are marked *