ଏଲଆଇସିର ନୂଆ ମୁଖ୍ୟ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଶବ୍ଦ ଓଡିଶା ବ୍ୟୁରୋ: ଏଲଆଇସିର ନୂଆ ମୁଖ୍ୟ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି । ୨୦୨୫ ଜୁନ ପର୍ଯ୍ୟନ୍ତ ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏବଂ ସବୁଠୁ ବଡ଼ ନିବେଶକାରୀ ସଂସ୍ଥାର ମୁଖ୍ୟ ଭାବେ ସେ କାର୍ଯ୍ୟ କରିବେ । ଭାରତୀୟ ଜୀବନ ବୀମା ନିଗମର ଅଧ୍ୟକ୍ଷ ଭାବେ ସିଦ୍ଧାର୍ଥ ମହାନ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ । ଏହା ପରେ ୧ ବର୍ଷ ପାଇଁ ଏଲଆଇସିର ଚିଫ୍ ଏଗଜିକ୍ୟୁଟିଭ୍ ଭାବେ କାର୍ଯ୍ୟ କରିବେ ।
ଏଲଆଇସିର ୪ ଜଣ ପରିଚାଳନା ନିର୍ଦ୍ଦେଶକଙ୍କ ମଧ୍ୟରେ ସିଦ୍ଧାର୍ଥ ମହାନ୍ତି ଥିଲେ ଅନ୍ୟତମ । ପୂର୍ବତନ ଅଧ୍ୟକ୍ଷ ଏମ୍.ଆର୍. କୁମାରଙ୍କ କାର୍ଯ୍ୟକାଳ ଗତ ମାର୍ଚ୍ଚ ମାସରେ ଶେଷ ହେବା ପରେ ଏଲଆଇସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରିଆସୁଥିଲେ । ଅଧ୍ୟକ୍ଷ ପଦ ପାଇଁ ଗତ ମାସରେ ତାଙ୍କ ନାଁ କୁ ସୁପାରିସ କରିଥିଲା ଫାଇନାନ୍ସିଆଲ୍ ସର୍ଭିସେସ୍ ଇନଷ୍ଟିଚ୍ୟୁସନ୍ସ ବ୍ୟୁରୋ ।

You May Also Like

More From Author

+ There are no comments

Add yours