୧୦ କଳାପଥର ଖାଦାନରେ ଜିଏସଟ ରେଡ୍: ଚଢାଉ କରି ଜବତ କଲେ ବିଭିନ୍ନ କାଗଜପତ୍ର

ଶବ୍ଦ ଓଡିଶା ବ୍ୟୁରୋ: ଆୟକର ଚଢାଉର କିଛି ଦିନ ପରେ କଳାପଥର ଲିଜଧାରୀଙ୍କ ଉପରେ ସେଣ୍ଟ୍ରାଲ ଜିଏସଟି ଟିମର ଚଢାଉ । ଯାଜପୁର ଧର୍ମଶାଳା ତହସିଲ ଅଧିନରେ ଥିବା ୧୦ ଖଣି ବେପାରୀଙ୍କ କାର୍ଯ୍ୟାଳୟରେ ରେଡ କରିଛି ସେଂଟ୍ରାଲ ଜିଏସଟି ଟିମ୍ । କୋଟି କୋଟି ଟଙ୍କାର ଜିଏସିଟି ହେରଫେର କରିଥିବା ନେଇ ଅଭିଯୋଗ ପରେ ସେଣ୍ଟ୍ରାଲ ଜିଏସଟି ଟିମ୍ ଚଢାଉ କରିଛି ।

କେନ୍ଦ୍ରୀୟ ଜିଏସଟି ଟିମର ୧୦ ଟିମ୍ ଏକା ସାଙ୍ଗରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଜିଏସଟି ଅଫିସରମାନେ କାର୍ଯ୍ୟାଳୟରେ ପଶି ବିଭିନ୍ନ କାଗଜପତ୍ର ଯାଂଚ କରିବା ସହ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ନେଇ ସୂଚନା ମିଳିଛି । ତେବେ ସେମାନେ ୧୪ କୋଟିରୁ ଅଧିକ ଟଙ୍କା ଜିଏସଟି ଫାଙ୍କିଥିବା ନେଇ ଅଭିଯୋଗ ରହିଛି । ଅଧିକ ଖୋଳ ତାଡ ଆରମ୍ଭ କରିଛନ୍ତି ।

ଗତକାଲି ଅପରାହ୍ଣରେ ୫୩ ନମ୍ବର ଜାତୀୟ ରାଜପଥ ଧର୍ମଶାଳା ଚଢେଇଧରାଠାରେ ଥିବା ମାଆ ମଙ୍ଗଳା ଟେଡର୍ସ କାର୍ଯ୍ୟାଳୟ ସହ ଅନ୍ୟାନ୍ୟ ଖାଦାନ ମାଲିକଙ୍କ କାର୍ଯ୍ୟାଳୟରେ ଚଢାଉ କରାଯାଇଥିଲା । ତେବେ ଜିଏସଟି ଚଢାଉ ନେଇ ଜଣାପଡିବା ପରେ ଅନ୍ୟ ଖାଦାନ ମାଲିକମାନେ ସେମାନଙ୍କ କାର୍ଯ୍ୟାଳୟ ବନ୍ଦ କରି ପଳାଇଯାଇଥିବା ସୂଚନା ମିଳିଛି । ଗତକାଲି ଅପରାହ୍ଣରେ ପ୍ରଥମରେ ଚଢେଇଧରାଠାରେ ଥିବା ଲୁଣିବର କଳାପଥର ଖାଦାନର ଲିଜ୍ ନେଇଥିବା ରଙ୍ଗାଧର ପ୍ରଧାନଙ୍କ କାର୍ଯ୍ୟାଳୟରେ ଚଢାଉ ହୋଇଥିଲା ।

ପ୍ରଥମେ ଚଢ଼େଇଧରା ଅଞ୍ଚଳର ଲିଜଧାରୀ ରଙ୍ଗାଧର ପ୍ରଧାନଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ କରିଥିଲେ। ପରେ ଗଙ୍ଗାଧର ଓଝା, ଜ୍ୟୋତ୍ସ୍ନା ଜେନା, ଅରୁଣି ଟ୍ରାନ୍‌ସପୋର୍ଟର ଅଜିତ ସାହୁ, ଶ୍ରୀନିବାସ ଜେନା, ବିଶ୍ୱରଞ୍ଜନ ପରିଡ଼ା, କୃଷ୍ଣଚନ୍ଦ୍ର ସାହୁ, ସୁଧାଂଶୁ ଜେନା ଓ ପ୍ରହଲ୍ଲାଦ ଲେଙ୍କା ପ୍ରମୁଖ ଲିଜ୍‌ଧାରୀଙ୍କ କାର୍ଯ୍ୟାଳୟ ଓ ଘରେ ପହଞ୍ଚି ନୋଟିସ୍ ଦେଇଛନ୍ତି । ତେବେ ସର୍ବାଧିକ ଭାବେ ଜ୍ୟୋତ୍ସ୍ନାଙ୍କ ସଂସ୍ଥା ସାଢ଼େ ୬କୋଟି ଟଙ୍କା ଟିକସ ଫାଙ୍କିଥିବା‌ ‌ବେଳେ ପଛକୁ ଗଙ୍ଗାଧର‌ ଦେଢ଼ କୋଟି, ରଙ୍ଗାଧରଙ୍କ ସଂସ୍ଥା ଏକ କୋଟି ୩୮ଲକ୍ଷ, କୃଷ୍ଣଙ୍କର କୋଟିଏ ୧୦ଲକ୍ଷ, ବିଶ୍ବରଞ୍ଜନଙ୍କର ୭୯ଲକ୍ଷ, ଶ୍ରୀନିବାସଙ୍କ ୭୬ଲକ୍ଷ, ସୁଧାଂଶୁଙ୍କ ୬୨ଲକ୍ଷ, ପ୍ରହଲ୍ଲାଦଙ୍କ ୩୮ ଲକ୍ଷ ଏବଂ ଅଜିତ୍‌ଙ୍କ ସଂସ୍ଥା ୩୬ଲକ୍ଷ ଟଙ୍କା ଟିକସ ଫାଙ୍କିଥିବା ହିସାବରୁ ଜଣାପଡ଼ିଛି ।

You May Also Like

More From Author

+ There are no comments

Add yours