Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଉ ୫ଜଣ ବିଜେଡି ନେତ୍ରୀଙ୍କୁ ‘ରାଜ୍ୟ ମହିଳା କମିଶନ’ରେ ଥଇଥାନ କରିଛନ୍ତି । ପୂର୍ବରୁ ବିଜେଡି ନେତ୍ରୀ ମିନତୀ ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ଥଇଥାନ କରିଥିବା ରାଜ୍ୟ ସରକାର ଆଜି ୫ଜଣ ଦଳୀୟ ନେତ୍ରୀଙ୍କୁ ମହିଳା କମିଶନ ସଦସ୍ୟା ଭାବେ ନିଯୁକ୍ତି ଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ବିଜେଡି ନେତ୍ରୀ ସ୍ୱର୍ଣ୍ଣଲତା ସାମଲ, ଝାରସୁୁଗୁଡ଼ା ଜିଲ୍ଲାର ସୁଜାତା ଦିଗଲ, ସୁନ୍ଦରଗଡ଼ ଜିଲ୍ଲାର ବିଜୟା ବରୱା, ଭୁବନେଶ୍ୱରର ସ୍ୱାଗତିକା ମହାନ୍ତି, ଜଗତସିଂହପୁର ଜିଲ୍ଲାର ବବିତା ସ୍ୱାଇଁଙ୍କୁ ରାଜ୍ୟ ମହିଳା କମିଶନ ସଦସ୍ୟା ଭାବେ ନିଯୁକ୍ତି ମିଳିଛି । ଏମାନଙ୍କ ବ୍ୟତୀତ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ବିଥିକା ସ୍ୱାଇଁଙ୍କୁ ଅଫିସିଆଲ ସଦସ୍ୟ ଭାବେ ସାମିଲ କରାଯାଇଛି।

Leave a Reply

Your email address will not be published. Required fields are marked *