ମେ’ରୁ ବଢିବ ତାତି, ସ୍ୱାଭାବିକଠୁ ଅଧିକ ତାପମାତ୍ରା ରହିବା ଆକଳନ କଲା ପାଣିପାଗ ବିଭାଗ

ଶବ୍ଦ ଓଡିଶା ବ୍ୟୁରୋ: ମେ’ ମାସରେ ରାଜ୍ୟରେ ଅନୁଭୂତ ହେବ ଭୀଷଣ ତାତି । ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ଗରମ ହେବ । ଆଇଏମଡିର ପୂର୍ବାନୁମାନ ଅନୁସାରେ ପୂର୍ବ ଭାରତ ଓ କେନ୍ଦ୍ରୀୟ ପୂର୍ବ ଭାରତରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଉତ୍ତର ପଶ୍ଚିମ ଭାରତ ଓ ପଶ୍ଚିମ କେନ୍ଦ୍ରୀୟ ଭାରତରେ ଦିନ ତାପମାତ୍ରା ସ୍ୱାଭାବିକ ବା ସ୍ୱାଭାବିକଠାରୁ କମ୍ ରହିବ ।

ଉତ୍ତର ପଶ୍ଚିମ ଭାରତରେ ସ୍ୱାଭାବିକଠାରୁ ଅଧିକ ପରିମାଣର ବର୍ଷା ହୋଇପାରେ । ଏପଟେ ଆସନ୍ତା ୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଆସନ୍ତାକାଲି ପ୍ରବଳ ବର୍ଷା ହେବ । ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

You May Also Like

More From Author

+ There are no comments

Add yours