Wed. Oct 14th, 2026

ଆଜି ଅପରାହ୍ନରେ ବାଲୁଗାଁ, ବାଣପୁର, ଚିଲିକା କ୍ରିୟାନୁଷ୍ଠାନ କମିଟି ବାଣପୁର କୃତିବାସ ଭବନ ପରିସରରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଯାହା ମାଧ୍ୟମରେ ସୂଚନା ଦେଇଛନ୍ତି କମିଟିର ସଭାପତି ଶ୍ରୀ ନଳିନୀକାନ୍ତ ପଟ୍ଟନାୟକ। ବାଣପୁର ଏକ ପୁରାତନ ତହସିଲ ଓ ଏହାର ସରହଦ ସୁଦୁର ନିରାକାରପୁର ଠାରୁ ପାରିକୁଦ ଥିଲା। ବାଣପୁର ଥାନା ଓ ତହସିଲ ସହ ପରବର୍ତ୍ତୀ ସମୟରେ ଏଠାରେ ସବରେଜିଷ୍ଟର, ସବଟ୍ରୃଜେରୀ, ସବଜେଲ, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ଅଫିସ ଯାହାକି ରାଜସ୍ବ ଉପଖଣ୍ଡ ପାଇଁ ପ୍ରାଧାନ୍ୟ ଥିବା ସମୟରେ ଜିଲ୍ଲା ବିଭାଜନ ଓ ପୂର୍ବରୁ ବାଣପୁର ରାଜସ୍ବ ଉପଖଣ୍ଡ ପାଇଁ ତତ୍କାଳିନ ମନ୍ତ୍ରୀ,ବିଧାୟକ ଓ ଏମ୍ ପି. ଉପଖଣ୍ଡ ପାଇଁ ଦାବି କରିଆସିଛନ୍ତି। ଏବଂ ସରକାର ଏହାର ମାନ୍ୟତା ଦେବାପାଇଁ ପ୍ରତିଶୃତି ବଧ ଥିଲେ। ବିଳମ୍ବ ତଥା ନୂତନ ଜିଲ୍ଲା ଗଠନ ହେବା ସମୟରେ ୨୦୧୮ ସମଗ୍ର ବାଣପୁର ଚିଲିକା ଓ ବାଲୁଗାଁ ଜନସାଧାରଣ ଜୋରସୋରରେ ପୁନଶ୍ଚ ଦାବି ଜଣାଇଥିଲେ। ଦୁର୍ଭାଗ୍ୟବଶତଃ କରୋନାର ପ୍ରଭାବ ଯୋଗୁଁ କୌଣସି ପଦକ୍ଷେପ ସରକାର ନେଇନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବାଣପୁରକୁ ରାଜସ୍ବ ଉପଖଣ୍ଡର ମାନ୍ୟତା ଦେବା ପରିବର୍ତ୍ତେ କ୍ରମଶଃ ବାଣପୁରରୁ ଆରକ୍ଷ ଆଧିକାରୀ ଅଫିସ, ଟାଟା ଇଲେକ୍ଟ୍ରୀ ଟିପିସିଓଡିଏଲ ଅଫିସ ସ୍ଥାନାନ୍ତରୀକରଣ ଶକ୍ତ ଧକ୍କା ଦେବା ସହ ବାଣପୁର ଚିଲିକା ବାଲୁଗାଁ ପ୍ରତି ବ୍ୟମାତୃକ ମନୋଭାବ କଠୋର ଦୁଃଖ ଦେବାସହ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ରହିଥିବା ଅଂଚଳବାସୀ ଏକତ୍ରିତ ଆଲୋଚନା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି କ୍ରିୟାନୁଷ୍ଠାନ କମିଟି।

ବାଣପୁରରେ ଦୁଇ ଆଦିବାସୀ ପଂଚାୟତ ସହ ଉପଖଣ୍ଡ ପାଇଁ ସମସ୍ତ ଭିତ୍ତିଭୂମି ଥିବା ସମୟରେ କାହିଁକି ଏହାର ଦାବି ସରକାର ଗ୍ରହଣ କରୁନାହାନ୍ତି ଏହା ବଡ ଦୁଃଖର ବିଷୟ। ଶେଷରେ ଆଗାମୀ ଦିନରେ ରାଜ୍ୟ ସରକାର ଯଦି ଦାବି ପୂରଣ ନକରନ୍ତି ତେବେ ଅଂଚଳବାସୀ ଦୃଢ ପଦକ୍ଷେପ ନେବେ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *