Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଗୁରୁବାର ଦିନ ଅଲସ୍କାରୁ ଟ୍ରେନିଙ୍ଗ୍‌ ଉଡ଼ାଣ ସାରି ଫେରୁଥିବା ବେଳେ ଆମେରିକୀୟ ସେନାର ୨ଟି ହେଲିକପ୍ଟର୍‌ ଦୁର୍ଘଟଣଗ୍ରସ୍ତ ହୋଇଥିବା କଥା ଆମେରିକୀୟ ସେନା କହିଛି।

‘ୟୁଏସ୍‌ ଆର୍ମି ଅଲସ୍କା’ର ମୁଖପାତ୍ର ଜନ୍‌ ପିନେଲ୍‌ଙ୍କ କହିବା ଅନୁସାରେ, ପ୍ରତ୍ୟେକ ହେଲିକପ୍ଟର୍‌ରେ ୨ଜଣ ଲେଖାଏଁ ବ୍ୟକ୍ତି ଥିଲେ। ଦୁର୍ଘଟଣା ସଂକ୍ରାନ୍ତରେ କିଂବା ହେଲିକପ୍ଟର୍‌ ଦୁଇଟିରେ ଥିବା ବ୍ୟକ୍ତିମାନଙ୍କ ବିଷୟର ସେ ଅଧିକ କିଛି ଜାଣନ୍ତି ନାହିଁ।

‘ୟୁଏସ୍‌ ଆର୍ମି ଅଲସ୍କା’ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ହେଲି ନିକଟରେ ଘଟିଥିବା ଦୁର୍ଘଟଣା ସ୍ଥଳରେ ‘ଫାଷ୍ଟ୍‌ ରେସ୍‌ପଣ୍ଡର୍ସ’ମାନ‌େ ହାଜର ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍‌ ୨ଟି ହେଉଛି ଫେୟାର୍‌ବ୍ୟାଙ୍କସ୍‌ ନିକଟରେ ଥିବା ଘାଟି ‘ଫୋର୍ଟ ୱେଙ୍ଗ୍‌ରାଇଟ୍‌’ର ‘ଏଏଚ୍‌-୬୪ ଆପାଚି’ ହେଲିକପ୍ଟର୍‌।

Leave a Reply

Your email address will not be published. Required fields are marked *