Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ବୁର୍ଲା ଭିମସାରରେ ପୁଣି ଜଣେ ଚିକିତ୍ସାଧୀନ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ପ୍ରାୟ ମାସେ ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୦କୁ ପହଞ୍ଚିଛି। ଗତ ମାର୍ଚ ମାସ ୨୬ରେ ଏଠାରେ ପ୍ରଥମ କୋଭିଡ ମୃତ୍ୟୁ ହୋଇଥିଲା। କେବଳ ଗତ ସପ୍ତାହେ ମଧ୍ୟରେ ଏଠାରେ ଚିକିତ୍ସାଧୀନ ୫ ଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି।
ଗତ ପ୍ରାୟ ପାଞ୍ଚ ଦିନରେ କୌଣସି ନୂଆ ରୋଗୀ ଭର୍ତ୍ତି ହୋଇନଥିବା କୋଭିଡ୍ ହସ୍ପିଟାଲର ଭାରପ୍ରାପ୍ତ ଅଧିକାରୀ ଡା. ମନୋରଞ୍ଜନ ନାଏକ ସୂଚନା ଦେଇଛନ୍ତି। ପୂର୍ବରୁ ଚିକିତ୍ସିତ ହେଉଥିବା ୫ ଜଣ ରୋଗୀ ସୁସ୍ଥ ହୋଇ ଆଜି ଘରକୁ ଯାଇଥିବାବେଳେ ୪ ଗୁରୁତର ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଡା. ନାଏକ କହିଛନ୍ତି।

Leave a Reply

Your email address will not be published. Required fields are marked *