Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଏକ ଆଙ୍କର୍ ପ୍ରତିଷ୍ଠାନ ଭାବରେ ପରିଚିତ ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭରସିଟି (ସିଜିଇଉ) ଓ ଏହାର ଷ୍ଟାର୍ଟଅପ୍ ଇନକ୍ୟୁବେଟର AIC CVRCEF ମିଳିତ ଭାବରେ ଖାଦ୍ୟପେୟର ଭବିଷ୍ୟତ ଓ କାର୍ଯ୍ୟ ବିଷୟରେ ଆଶା’ନେଇ ଏହି କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି |
ଏହି ଅବସରରେ NABLର ସିଇଓ ଏନ ଭେଙ୍କଟେଶ୍ୱରନ୍, ଷ୍ଟାର୍ଟଅପ୍ ଓଡିଶାର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍, ଡ଼. ଓଙ୍କାର ରାୟ, FSSAI ଆଞ୍ଚଳିକ ୱିଙ୍ଗର ସହକାରୀ ନିର୍ଦ୍ଦେଶିକା ପାୟେଲ ମାଜି, Nutrihubର ପ୍ରୋଗ୍ରାମ ମ୍ଯାନେଜର କ୍ରୀଷ୍ଣା ଶ୍ରୀ ସାଇ ପ୍ରମୁଖ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି କର୍ମଶାଳାକୁ ଉଦଘାଟନ କରିଥିଲେ l ଏହା ସହିତ ଏକ ଆନ୍ତର୍ଜାତୀୟ ସ୍ତରର ଫୁଡ ଟେଷ୍ଟିଙ୍ଗ ଲାବୋରେଟୋରୀ ରଞ୍ଜିତା ଆନାଲିଟିକାଲ୍ ରିସର୍ଚ୍ଚ ଲାବୋରେଟୋରୀ (RARL)ର ଉଦଘାଟନ ମଧ୍ୟ କରିଥିଲେ l
ରାଜ୍ୟ ଖାଦ୍ୟ ନିରାପତ୍ତା ଏବଂ ଷ୍ଟାର୍ଟଅପ୍ ଓଡିଶାର ଅଫିସିଆଲ୍ ସହିତ NABL ଏବଂ FSSAI ର ମାନ୍ୟଗଣ୍ୟ ବ୍ୟକ୍ତି ସେମାନଙ୍କର ଉଦ୍ଘାଟନୀ ବାର୍ତ୍ତା ମାଧ୍ୟମରେ ଖାଦ୍ୟପେୟର ଭବିଷ୍ୟତ ଓ କାର୍ଯ୍ୟ ବିଷୟରେ କହିଥିଲେ l ଏହି କନକ୍ଲେଭରେ ଓଡିଶାର ବିଭିନ୍ନ ସ୍ଥାନରୁ ଆସିଥିବା ଖାଦ୍ୟ ଷ୍ଟାର୍ଟଅପ୍ ମାନେ ଅଂଶଗ୍ରହଣ କରିଥଲେ l ଓଡିଶାର ପାରମ୍ପରିକ ଖାଦ୍ୟ ମହୋତ୍ସବ ସହିତ ଏହା ସମାପ୍ତ ହୋଇଥିଲା |
ସିଜିଇଉର ପ୍ରତିଷ୍ଠାତା ସଂଜୀବ କୁମାର ରାଉତ ତାଙ୍କ ବକ୍ତବ୍ୟରେ କହିଥିଲେ ଏହି ତିନୋଟି ସଂଗଠନଙ୍କ ମିଳିତ ଉଦ୍ୟମ ନିଶ୍ଚିତ ଭାବରେ ଅଧିକ ଖାଦ୍ୟ ଷ୍ଟାର୍ଟଅପ୍ ସୃଷ୍ଟି କରିବା ସହିତ ସମାଜ ଉପରେ ରୋଜଗାର ର ପ୍ରଭାବ ସୃଷ୍ଟି କରିବ ବୋଲି ଆଶାବ୍ୟକ୍ତ କରିଥିଲେ |

Leave a Reply

Your email address will not be published. Required fields are marked *