Thu. Oct 15th, 2026

ଶ୍ରୀକ୍ଷେତ୍ର କଲୋନୀ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀ ଅରବିନ୍ଦ ଶତପଥୀଙ୍କ ସଂଯୋଜନା କ୍ରମେ ହେଲ୍ପଜ ଇଣ୍ଡିଆ ସହାୟତାରେ ସାଇବର କ୍ରାଇମ ସଚେତନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମଙ୍ଗଳା ମନ୍ଦିରରେ ବୟସ୍କ ନାଗରିକମାନଙ୍କ ମଧ୍ୟରେ ଏକ କର୍ମଶାଳା ଆୟଜିତ ହୋଇ ବିଭିନ୍ନ ଅନ୍ ଲାଇନ୍ ସର୍ତ୍ତକତା ଉପାୟ ବିଷୟରେ ବିସ୍ତୃତ ଆଲୋଚନା ହୋଇଯାଇଛି l ଏଥିରେ ସଂପାଦକ ଶ୍ରୀ ଶରତ ଚନ୍ଦ୍ର ଦାଶ, କୋଷାଦକ୍ଷ ଶ୍ରୀ ନିରଞ୍ଜନ ସାହୁ, ପୁରୀ ରୋଟାରୀ କ୍ଲବର ଶ୍ରୀ ରବି ଶଙ୍କର ମହାପତ୍ର, ପୁରୀ ବରିଷ୍ଠ ନାଗରିକ ଫୋରମରୁ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାରଦାଶ, ଗୋଲଖ ଚନ୍ଦ୍ର ଜେନା ଯୋଗ ଦେଇଥିଲେ l ବରିଷ୍ଠ ସାମ୍ବାଦିକ ଶ୍ରୀ ଜଗନ୍ନାଥ ବସ୍ତିଆଙ୍କୁ ସମ୍ମାନିତ କରାଯାଇଥିଲା l ଶେଷରେ ସହ ସମ୍ପାଦକ ରମେଶ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ଏହାକୁ ଗୋବିନ୍ଦ ଦାଶଘୋଷ, ଶ୍ରୀଯୁକ୍ତ ଅର୍ଜ୍ଜୁନ ପ୍ରଧାନ, ପ୍ରଶାନ୍ତ ମହାନ୍ତି ପ୍ରମୁଖ ପରିଚଳନା କରିଥିଲେ l ଶେଷରେ ପ୍ରାସାଦ ସେବନର ବ୍ୟବସ୍ଥା ହୋଇଥିଲା l ପୁରୀରେ ଏହି ଭଳି ପ୍ରୟାସକୁ ପୁରୀବାସୀ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମ ସମସ୍ତ ବରିଷ୍ଠ ନାଗରିକମାନେ ଉପଲବ୍ଧତା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଶ୍ରୀ ଗୋପାଳ ଚନ୍ଦ୍ର ମେକାପ, ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *