ଶବ୍ଦ ଓଡିଶା ବ୍ୟୁରୋ: ପୁରୀରେ ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିର ଭିତରେ ମା ଲକ୍ଷ୍ମୀଙ୍କ ଦର୍ଶନ କରୁଥିବା ବେଳେ ଅଚେତ୍ ହୋଇପଡିଲେ ଭକ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଭକ୍ତ ଜଣକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ବିଶାଖପାଟଣାର ପାଖି ଦିବାକାର ।
ପାଖି ନିଜ ପରିବାର ସହ ପୁରୀ ବୁଲିବାକୁ ଆସି ଶ୍ରୀମନ୍ଦିର ଦର୍ଶନରେ ଯାଇଥିଲେ। ମହାପ୍ରଭୁଙ୍କ ଦର୍ଶନ କରି ସେ ଆତ୍ମବିଭୋର ହୋଇପଡିଥିବା ବେଳେ ପରେ ମାଲକ୍ଷ୍ମୀଙ୍କ ମନ୍ଦିରରେ ଦର୍ଶନ ସାରି ଫେରୁଥିବା ବେଳେ ହଠାତ୍ ଟଳିପଡିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସନ୍ଦେହ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ। ଏପଟେ ଶବ ବ୍ୟବଚ୍ଛେଦ ପାଇଁ ମୃତକଙ୍କ ପରିବାର ଲୋକେ ରାଜି ହେଉନଥିବା ଜଣାପଡିଛି।
