ଗୋପ ଥାନା ନୂଆହାଟ ଅଞ୍ଚଳରୁ ଦେଶୀ ମଦ ସହ ଭାଙ୍ଗ ଜବତ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ଗୋପ ଥାନା ନୂଆ ହାଟ ଅଞ୍ଚଳରୁ ଦେଶୀ ମଦ ସହ ଭାଙ୍ଗ ଜବତ ହୋଇଛି । ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ନୂଆହାଟ ବଜ଼ାରରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଆଶୁତୋଷ ସାହୁ , ଲଷ୍ମୀଧର ନାଏକ । ଅଭିିଯୁକ୍ତମାନଙ୍କ ଠାରୁ 10 ଲିଟର ଦେଶୀ ମଦ ସହ 5.4 ଲିଟର ବିଦେଶୀ ମଦ ଏବଂ 4 କିଲୋଗ୍ରାମ ଭାଙ୍ଗ ଜବତ କରାଯାଇଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା ପରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ନିମାପଡା ଉପ କାରାଗାର ପଠାଇଦିଆଯାଇଛି ।

You May Also Like

More From Author

+ There are no comments

Add yours