ବ୍ରିଟେନରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର । ଏଥିପାଇଁ ୟୁକେ ଚାରିଟି ପକ୍ଷରୁ ପାଣ୍ଠି ସଂଗ୍ରହ କରାଯାଉଛି । ଏହି ନିକଟରେ ଚାରିଟିକୁ ମିଳିଛି ୨୫୦ କୋଟି ଟଙ୍କାର ଦାନ । ଭାରତ ବାହାରେ ପ୍ରଥମ ଥର ପାଇଁ ମନ୍ଦିର ନିର୍ମାଣ ସକାଶେ ଏତେ ବଡ଼ ରକମର ଦାନ କରାଯାଇଛି । ଓଡ଼ିଆ ଉଦ୍ୟେଗୀ ବିଶ୍ୱନାଥ ପଟ୍ଟନାୟକ ଏହିଦାନ କରିଛନ୍ତି ।ସେ ଏବେ ଫିନନେଷ୍ଟ ଗ୍ରୁପ ଅଫ୍ କମ୍ପାନୀର ଚେୟାରମେନ ରହିଛନ୍ତି । ଏହାସହ ଏହି କମ୍ପାନୀର ଏମଡି ଅରୁନ କର ମଧ୍ୟ ଏହି ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି । ୟୁକେ ଶ୍ରୀ ଜଗନ୍ନାଥ ସୋସାଇଟି ପକ୍ଷରୁ ଅକ୍ଷୟ ତୃତୀୟା ଦିନ ହୋଇଥିବା ଜଗନ୍ନାଥ କନଭେନସନରେ ଏହି ଘୋଷଣା ହୋଇଛି ।ଏହି କନଭେନସନରେ ୟୁକେ ରହୁଥିବା ୬୦୦ରୁ ଅଧିକ ଭକ୍ତ ଯୋଗ ଦେଇଥିଲେ । ୟୁରୋପରେ ଏହା ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଭାରତର ଡେପୁଟି ହାଇ କମିଶନର ସୁଜିତ ଘୋଷ ଓ ଅମିତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ମହାରାଣୀ ଲୀଳାବତି ପାଟମହାଦେଇ ଯୋଗ ଦେଇଥିଲେ । ଗଜପତି ମହାରାଜ ଏହି ଅବସରରେ ଜଗନ୍ନାଥଙ୍କ ପରମ୍ପରା ଓ ପୁରୁଷତ୍ତୋମ କ୍ଷେତ୍ରର ମହିମା ବଖାଣିଥିଲେ । ଏହାସହ କହିଥିଲେ ସବୁ ଧର୍ମର ଲୋକେ ନିଜ ନିଜର ଶୈଳୀରେ ଜଗନ୍ନାଥଙ୍କ ଉପାସନା କରିଥାନ୍ତି । ଜଗନ୍ନାଥଙ୍କ ଉପାସନା ଏବେ ସାରା ବିଶ୍ୱରେ ଦେଖିବାକୁ ମିଳୁଛି ।ଲଣ୍ଡନ ସହରରେ ଉପଯୁକ୍ତ ୧୫ ଏକର ଜମି ଅଧିଗ୍ରହଣ ପାଇଁ ୨୫ ମିଲିୟନ ନିବେଶ କରାଯାଇଛି । ଏହାସହ ଏକ ପ୍ରି ପ୍ଲାନିଂ ଆପ୍ଲିକେସନକୁ ଲୋକାଲ କାଉନସିଲ ନିକଟରେ ପ୍ରଦାନ କରାଯାଇଛି । ୨୦୨୪ର ଶେଷ ବେଳକୁ ଏହାର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
More From Author
ବନ୍ଦ୍ ହୋଇଯିବ ଇଣ୍ଟରନେଟ!
July 13, 2023
ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସମୀର
July 13, 2023
ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ, ୨ଗିରଫ
July 12, 2023
+ There are no comments
Add yours