ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ଏବେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ, ଏଥର ପର୍ସନାଲ ଲାଇଫ୍ ନୁହେଁ ବରଂ ପ୍ରୋଫେସନାଲ ଲାଇଫ୍କୁ ନେଇ । ଆର୍ଯ୍ୟନ୍ ତାଙ୍କର ପ୍ରଥମ ପ୍ରୋଜେକ୍ଟର କାମ ଆରମ୍ଭ କରିଛନ୍ତି। ଯେଉଁଥିରେ ସେ ତାଙ୍କ ବାପା ଶାହରୁଖଙ୍କୁ ନିର୍ଦ୍ଦେଶନା ଦେଉଥିବାର ନଜର ଆସିବେ।ଏହାକୁ ନେଇ ସୁହାନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ଲୋକଙ୍କୁ ବହୁତ ପ୍ରଭାବିତ କରୁଛି। ଗତ କିଛି ଦିନ ତଳେ ସୁହାନାଙ୍କ ସହ ଶାହାରୁଖ ମଧ୍ୟ ଆର୍ଯ୍ୟନଙ୍କ ମାଧ୍ୟମରେ ନିର୍ଦ୍ଦେଶିତ ବ୍ରାଣ୍ଡର ବିଜ୍ଞାପନର ଟିଜର ସେୟାର କରିଥିଲେ। କହିବାକୁ ଗଲେ ଆର୍ଯ୍ୟନ ଅଭିନୟ ପରିବର୍ତ୍ତେ ନିର୍ଦ୍ଦେଶନା ସହିତ ତାଙ୍କ କ୍ୟାରିଅରରେ ଡେବ୍ୟୁ ଆରମ୍ଭ କରିବାକୁ ଯୋଜନା କରିଛନ୍ତି । ଶାହରୁଖାନ ତାଙ୍କ ପୁଅଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ବିଜ୍ଞାପନର ଝଲକ ସେୟାର କରିଥିଲେ। ଏହି ବିଜ୍ଞାପନ ସୁଟ୍ ପାଇଁ ଶାହାରୁଖ ଏବଂ ଗୌରୀ ନିଜ ପୁଅକୁ ବହୁତ ସମର୍ଥନ କରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ତାରକାମାନେ ମଧ୍ୟ ଆର୍ଯ୍ୟନଙ୍କୁ ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।