ନିଆରା କାର୍ଯ୍ୟକ୍ରମ ବର୍ଣ୍ଣବୋଧ ପାଠଶାଳା,ମନ ମୋହିଲା ଛାତ୍ରଛାତ୍ରୀଙ୍କ ଭାଷା ପ୍ରୀତି

ଶବ୍ଦ ଓଡିଶା ବ୍ୟୁରୋ: ଭୁବନେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଶୋଦା ମା ଫାଉଣ୍ଡେସନ ତରଫରୁ ସହରର ପାଞ୍ଚୋଟି ସ୍ଥାନରେ ଜାରିରହିଛି ବର୍ଣ୍ଣବୋଧ ପାଠଶାଳା । ବିଶେଷ କରି ବିଭିନ୍ନ ବସ୍ତିରେ ରହୁଥିବା ଛୋଟ ଛୋଟ ପିଲାଙ୍କୁ ଭାଷା,ସଂସ୍କୃତି ଓ ସାଧାରଣ ଜ୍ଞାନ ସହ ପରିଚୟ କରାଇବାରେ ଦୀର୍ଘ ଦୁଇ ବର୍ଷ ଧରି ନିରନ୍ତର ଉଦ୍ୟମ ଜାରି ରଖିଛି ଏହି ସଂସ୍ଥା । ଓଡିଆ ଭାଷା, ବର୍ଣ୍ଣ ସହ ପରିଚିତି ସାଙ୍ଗକୁ ଭଲ ଲେଖିବା ଓ ମାତୃଭାଷା କହିବା ନେଇ ପାଠଶାଳା ତରଫରୁ ନିକଟରେ ଶେଷ ହୋଇଥିଲା ବର୍ଣ୍ଣବୋଧ ପ୍ରତିଯୋଗିତା ।

ଶୁଦ୍ଧ ଓଡିଆ ବର୍ଣ୍ଣବୋଧ ଲେଖିବା ସହ ଓଡିଆରେ ଦେଶାତ୍ମବୋଧ ସଙ୍ଗୀତ ଗାନ ପ୍ରତିଯୋଗୀତାର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ନୀଳାଦ୍ରିବିହାରସ୍ଥିତ ସୀତାନାଥ ବସ୍ତିରେ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର, ସାହିତ୍ୟିକ ଶ୍ରୁତକୀର୍ତ୍ତି ତ୍ରିପାଠୀ,ଶବ୍ଦ ମିଡିଆରେ ନିର୍ଦ୍ଦେଶିକା ସୁଶ୍ରୀ ସୁଚରିତା ଦାଶ, ଶବ୍ଦ ମିଡିଆର ସିଇଓ ତଥା ମ୍ୟାନେଜିଂ ଡାଇରେକ୍ଟର ଶକ୍ତିଶଙ୍କର ଦାଶ,ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ନିବେଦିତା ଲେଙ୍କା, ଅବସରପ୍ରାପ୍ତ ଜଙ୍ଗଲ ବିଭାଗ ଅଧିକାରୀ ତଥା ଅଭିନେତା ପ୍ରଫୁଲ୍ଲ କୁମାର ଲେଙ୍କା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବର୍ଣ୍ଣବୋଧ ପାଠଶାଳାର ପୁରସ୍କାର ବିତରଣ କାର୍ଯକ୍ରମକୁ ଅଭିନେତା ପ୍ରଫୁଲ୍ଲ କୁମାର ଲେଙ୍କା ପରିଚାଳନା କରିଥିଲେ । ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ନିବେଦିତା ଲେଙ୍କା , ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର, ସାହିତ୍ୟିକ ଶ୍ରୁତକୀର୍ତ୍ତି ତ୍ରିପାଠୀ,ଶବ୍ଦ ମିଡିଆରେ ନିର୍ଦ୍ଦେଶିକା ସୁଶ୍ରୀ ସୁଚରିତା ଦାଶଙ୍କୁ ଉତ୍ତୀରୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ୱର୍ଦ୍ଧିତ କରିଥିଲେ ।

ଶିଶୁ ସାହିତ୍ୟିକ ଦାଶ ବେନହୁର,କୁନିକୁନି ପିଲାଙ୍କ ବର୍ଣ୍ଣବୋଧର କିଛି ସରଳ ସୁତ୍ର ସହ ଭାଷା ପ୍ରତି ଆଦର କେମିତି ବଢିବ, ସେ ନେଇ ଅନେକ ଭଲ ଉପଦେଶ ଦେଇଥିଲେ । ସାହିତ୍ୟିକା ଶ୍ରୁତକୀର୍ତ୍ତି ତ୍ରିପାଠୀ କୁନି କୁନି ପିଲାଙ୍କ ଭିତରେ ପ୍ରତିଭା ଓ ଭାଷା ପ୍ରତି ବଢୁଥିବା ରୁଚିକୁ ପ୍ରଶଂସା କରିଥିଲେ । ଶବ୍ଦ ମିଡିଆର ନିର୍ଦ୍ଦେଶିକା ସୁଶ୍ରୀ ସୁଚରିତା ଦାଶ, ମାତୃଭାଷାକୁ ଭଲ ପାଇଲେ ଭାଷା ଆଗକୁ ବଢିବ ବେଲ ମତ ରଖିଥିଲେ । ବର୍ଣ୍ଣବୋଧ ପାଠଶାଳାର ପିଲାଙ୍କ ରୁଚି ଓ ଯଶୋଦା ମା ଫାଉଣ୍ଡେସନର ପରିକଳ୍ପନାକୁ ଦୃଷ୍ଟିରେ ରଖି ବର୍ଣ୍ଣବୋଧ ପାଠଶାଳାର ସଫଳ ପ୍ରତିଯୋଗୀଙ୍କ ପାଇଁ ଉପହାର ପୁରସ୍କାରର ବ୍ୟବସ୍ଥା କରିଥିଲା ଶବ୍ଦ ମିଡିଆ ଡିଜିଟାଲ ଗଣମାଧ୍ୟମ ଓ ପ୍ରଡକ୍ସନ ସଂସ୍ଥା । ଅନ୍ୟପଟେ ଯୁବ ସ୍ୱେଚ୍ଛାସେବୀ ପ୍ରତ୍ୟୁଷ ଭଂଜ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜେ ପିଲାଙ୍କ ସହ ମିଶି ଗୀତ ଗାଇ,ଉପଦେଶର କିଛି କଥା କହି କୁନି କୁନି ପିଲାଙ୍କୁ ଉତ୍ସାହିତ କରିଥିଲେ ।

ସୁନ୍ଦର ହସ୍ତାକ୍ଷର ତଥା ଓଡ଼ିଆ ଦେଶାତ୍ମବୋଧ ଗୀତକୁ ଆୟୋଜିତ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ଅଚିଥି ମାନେ ଉପହାର ଓ ମାନପତ୍ର ଦେଇ ଉତ୍ସାହିତ କରିଥିଲେ । ଶେଷରେ ବର୍ଣ୍ଣବୋଧ ପାଠଶାଳାର ବିଭିନ୍ନ ୟୁନିଟ୍ ର ଛାତ୍ରଛାତ୍ରୀ ସେମାନଙ୍କ ନାଚ,ଗୀତ,ସାଧାରଣ ଜ୍ଞାନ ପ୍ରଦର୍ଶନ କରିଥିଲେ ।

You May Also Like

More From Author

+ There are no comments

Add yours