Thu. Oct 15th, 2026

ବିରାଟ କୋହଲି ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ସେ ଆର୍ସିବିର ପ୍ରଥମ ଏବଂ ମୋଟ ଉପରେ ତୃତୀୟ ଫିଲ୍ଡର ଭାବେ ଆଇପିଏଲରେ ୧୦୦ କ୍ୟାଚ୍ ନେବାର ଗୌରବ ପାଇଛନ୍ତି। ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ସେ ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ।ଏହି ମ୍ୟାଚରେ ଗୋଲ୍ଡେନ୍ ଡକ୍ରେ ଆଉଟ୍ ହୋଇଥିବା କୋହଲି କିନ୍ତୁ ଫିଲ୍ଡିଂରେ ନିଜ ଚମତ୍କାରିତା ଦେଖାଇ ଦୁଇଟି କ୍ୟାଚ୍ ନେଇଥିଲେ। ସେ ରାଜସ୍ଥାନର ଶୀର୍ଷ କ୍ରମ ବ୍ୟାଟର୍ ଯଶସ୍ବୀ ଜୟସ୍ବାଲ ଓ ଦେବଦତ୍ତ ପଡ଼ିକଲଙ୍କ କ୍ୟାଚ୍ ନେଇଥିଲେ। କୋହଲି ୨୨୮ ମ୍ୟାଚ୍ ଖେଳି ୧୦୧ କ୍ୟାଚ୍ ନେଇଥିଲା ବେଳେ ତାଙ୍କ ଆଗରେ ୱେଷ୍ଟଇଣ୍ଡିଜ୍ ଅଲ୍ରାଉଣ୍ଡର କିରଣ ପୋଲାର୍ଡ (୧୦୩) ଓ ଭାରତୀୟ ବ୍ୟାଟର୍ ସୁରେଶ ରାଇନା (୧୦୯) ରହିଛନ୍ତି।

Leave a Reply

Your email address will not be published. Required fields are marked *