Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଡମ୍ଫର ଧକ୍କାରେ ଜଳିଗଲା ବାଇକ୍। ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନ ଅନ୍ତର୍ଗତ ତଲସେରା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ।

କୁଆଁରମୁଣ୍ଡା ପଟୁ ଏକ ଡମ୍ଫର ବାଲି ନେଇ ବୀରମିତ୍ରପୁର ଆସୁଥିବା ବେଳେ ବୀରମିତ୍ରପୁର ଆଡୁ କୁଆଁରମୁଣ୍ଡା ଯାଉଥିବା ଏକ ବାଇକ ସହ ତଲସେରା ନିକଟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଫଳରେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସ୍ଥଳରେ ନିଆଁ ଲାଗିଯିବାରୁ ଦୁର୍ଘଟଣା ଘଟାଇଥିବା ଡମ୍ଫର ଓ ବାଇକ ଜଳି ଉଠିଥିଲା। ଏହି ନିଆଁରେ ଚାଳକଙ୍କ ମୃତଦେହର କିଛି ଅଂଶ ମଧ୍ୟ ପୋଡ଼ିଯାଇଛି।

Leave a Reply

Your email address will not be published. Required fields are marked *