ସମ୍ବଲପୁରରେ ଆହୁରି କୋହଳ ହେଲା କଟକଣା : ଆଜିଠୁ ରାତି ୧୦ଟା ଯାଏଁ କର୍ଫ୍ୟୁ କୋହଳ

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁରରେ ଆହୁରି କୋହଳ ହେଲା କଟକଣା । ଆଜିଠୁ ସକାଳ ୫ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ କୋହଳ । ଏବେ କେବଳ ରାତିରେ ୭ ଘଣ୍ଟା ଜାରି ରହିବ କଟକଣା । କଟକଣା କୋହଳ ହେବା ଯୋଗୁ ଆଶ୍ୱସ୍ତ ହୋଇଛନ୍ତି ଉଠା ଦୋକାନୀ । କଟକଣା ଯୋଗୁ ଉଠାଦୋକାନୀମାନେ ରାସ୍ତାରେ ବିକ୍ରି କରିପାରୁନଥିଲେ । ଫଳରେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ଅନେକ ସମସ୍ୟା ଭୋଗୁଥିଲେ ।
ସମ୍ବଲପୁର ଘଟଣାକୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ସ୍ଥିତିରେ ସୁଧାର ଅବ୍ୟାହତ ରହିଛି । ଏପରି ସ୍ଥିତିରେ ପ୍ରଶାସନ ପକ୍ଷରୁ ପର୍ଯ୍ୟାୟକ୍ରମେ କର୍ଫ୍ୟୁ କଟକଣା କୋହଳ କରାଯାଉଛି । ସେହିପରି ସହରରେ ଇଣ୍ଟରନେଟ୍ ସେବା ଆସିବା ପାଇଁ ଲୋକଙ୍କ ଜୀବନଯାତ୍ରା ସ୍ୱାଭାବିକ ହୋଇଛି ।

You May Also Like

More From Author

+ There are no comments

Add yours