ପାକିସ୍ତାନରେ ବୋମା ବିସ୍ଫୋରଣ : ୧୨ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ପୁଣି ବିସ୍ଫୋରଣରେ ଥରି ଉଠିଛି ପାକିସ୍ତାନ । ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାତରେ ଏହି ବିସ୍ଫୋରଣ ଘଟିଛି । ଏଥିରେ ୧୨ ଜଣ ପୋଲିସ୍ କର୍ମୀଙ୍କ ମୃତ୍ୟୁ ଘଟିଛି । ଏହାସହ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି । ଆତଙ୍କବାଦ ନିରୋଧୀ ବିଭାଗର ପୋଲିସ୍ ଷ୍ଟେସନ ଭିତରେ ଗୋଟିଏ ପରେ ଗୋଟିଏ ବୋମା ବିସ୍ଫୋରଣ ଘଟିଥିଲା ।
ଏହି ଦୁଇଟି ବଡ଼ଧରଣର ବିସ୍ଫୋଣରେ ପୁରା କୋଠାକୁ ନଷ୍ଟ କରିଦେଇଛି । ଆହତଙ୍କୁ ସ୍ୱାତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ବିସ୍ଫୋରଣ ପାଇଁ କୌଣସି ଗୋଷ୍ଠୀ ଏଯାଏଁ ନିଜକୁ ଦାୟୀ କରି ନାହିଁ । ହେଲେ ପାକିସ୍ତାନୀ ତାଲିବାନୀ ଗୋଷ୍ଠୀ ଟିଟିପିର ଏହା ପଛରେ ହାତ ଥିବାର ସନ୍ଦେହ କରାଯାଉଛି ।

You May Also Like

More From Author

+ There are no comments

Add yours