ହକି ଟିମର ପ୍ରାୟୋଜକ ଅବଧି ବଢାଇଲେ ରାଜ୍ୟ ସରକାର ,୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକିର ପ୍ରାୟୋଜକ

ଶବ୍ଦ ଓଡିଶା ବ୍ୟୁରୋ: ଆଉ ୧୦ବର୍ଷ ବଢ଼ିଲା ଭାରତୀୟ ଜାତୀୟ ହକି ଦଳ ମାନଙ୍କର ପ୍ରାୟୋଜକ ଅବଧି । ଆଜି ରାଜ୍ୟ କ୍ୟାବିନେଟ୍ ଉଭୟ ପୁରୁଷ ଓ ମହିଳା ଭାରତୀୟ ଜାତୀୟ ହକି ଦଳର ପ୍ରାୟୋଜକ ଚୁକ୍ତିକୁ ଆଉ ୧୦ବର୍ଷ ପାଇଁ ବୃଦ୍ଧି ପ୍ରସ୍ତାବ ଉପରେ ମୋହର ବାଜିଛି । ଅର୍ଥାତ ୨୦୨୩ରୁ ୨୦୩୩ ପର୍ଯ୍ୟନ୍ତ ହକି ଟିମ୍ ପ୍ରାୟୋଜକ ଅବଧିକୁ କ୍ୟାବିନେଟ ଅନୁମୋଦନ କରିଛି ।

ଓଡିଶା ସରକାର ୨୦୧୮ରୁ ଉଭୟ ପୁରୁଷ ଓ ମହିଳା ଜାତୀୟ ହକି ଟିମର ପ୍ରାୟୋଜକ ରହିଛନ୍ତି । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଓଡିଶା ଖଣି ନିଗମ, ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ୫ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକତା ପାଇଁ ହକି ଇଣ୍ଡିଆ ସହ ଚୁକ୍ତି କରିଥିଲା । ତେବେ ଆଗାମୀ ୧୦ ବର୍ଷ ମଧ୍ୟରେ ହକି ଇଣ୍ଡିଆକୁ ୪୩୪ କୋଟି ଟଙ୍କା ପ୍ରଦାନ କରାଯିବ । ଓଡିଶା ସରକାର ହକି ଖେଳର ପ୍ରମୁଖ ପ୍ରୋତ୍ସାହନ ଦାୟିତ୍ୱ ତୁଲାଇ ଆସୁଛନ୍ତି, ଏବଂ ହକି ଇଣ୍ଡିଆ ସହ ରାଜ୍ୟର ଭାଗିଦାରୀ ଦେଶର କ୍ରୀଡାର ପୁନରୁଦ୍ଧାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

You May Also Like

More From Author

+ There are no comments

Add yours