ହରେକୃଷ୍ଣ ବସ୍ତିରେ ଖୋଲିଲା ବର୍ଣ୍ଣବୋଧ ପାଠଶାଳା, ଯଶୋଦା ମା ଫାଉଣ୍ଡେସନର ନୂଆ ପ୍ରୟାସ

ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଶୋଦା ମା ଫାଉଣ୍ଡେସନ ତରଫରୁ ଭୁବନେଶ୍ୱରର ହରେକୃଷ୍ଣ ବସ୍ତିରେ ନୂଆ ବର୍ଣ୍ଣବୋଧ ପାଠଶାଳା ଆରମ୍ଭ ହୋଇଛି । ଓଡିଆ ଭାଷାରେ କହିବା ,ଲେଖିବା ସହ ସାଧାରଣ ଜ୍ଞାନ,ସଙ୍ଗୀତ,ନୃତ୍ୟ ଭଳି ପ୍ରତିଭାକୁ ନେଇ ପାଠଶାଳାରେ ନିଜ ଅବସର ବେଳେ ଭଲ ଭଲ କଥା ଶିଖିବେ ବିଦ୍ୟାର୍ଥୀ । ଏହି କାର୍ଯ୍ୟକ୍ରମରେ ଟେଲିଭିଜନ ଆଙ୍କର ଶୁଭଜିତ ପଣ୍ଡା ଯୋଗ ଦେଇ କୁନି କୁନି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ । ପିଲା ମାନଙ୍କୁ ଖାତା,ପେନ ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଶିଶୁ ଦେଶର ଭବିଷ୍ୟତ,ସେମାନଙ୍କୁ ଆଦର ଓ ପ୍ରୋତ୍ସାହନ ଦେଲେ ,ଭବିଷ୍ୟତ ଗଢିଉଠିବ । ଏହି ବିଚାରଧାରାରେ ସମସ୍ତେ ଏକମତ ହୋଇଥିଲେ । ଏଥିରେ ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ନିବେଦିତା ଲେଙ୍କା ଓ ପ୍ରଫୁଲ୍ଲ କୁମାର ଲେଙ୍କା ଯୋଗ ଦେଇଥିଲେ । ଆଙ୍କର ଶୁଭଜିତଙ୍କୁ ଯଶୋଦା ମା ଫାଉଣ୍ଡେସନ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଦିତ କରିଥିଲେ ପ୍ରତିଷ୍ଠାତା ନିବେଦିତା ଲେଙ୍କା । ଏହା ପୂର୍ବରୁ ଭୁବନେଶ୍ୱରର ଚାରୋଟି ବସ୍ତିରେ ବର୍ଣ୍ଣବୋଧ ପାଠଶାଳା ,ଓଡିଆ ଭାଷାାର ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ନିଜର କାର୍ଯ୍ୟ ଜାରି ରଖିଛି ।

You May Also Like

More From Author

+ There are no comments

Add yours