Thu. Oct 15th, 2026

ଚୀନ୍‌କୁ ପଛରେ ପକାଇ ସାରା ବିଶ୍ବରେ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ପାଲଟିଛି ଭାରତ। ଯଦିଓ ଏହା ଭାରତର ପାଇଁ କୌଣସି ବଡ ଉପଲବ୍ଧି ନୁହେଁ, କିନ୍ତୁ ଚୀନ୍‌କୁ ଏହା ପସନ୍ଦ ଆସିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟକୁ ଯେତେବେଳେ ଏନେଇ ପଚରା ଯାଇଥିଲା ଯେ, ଭାରତ ଏବେ ଚୀନ୍‌କୁ ପଛରେ ପକାଇ ଦୁନିଆର ସବୁଠାରୁ ଜନସଂଖ୍ୟା ଥିବା ଦେଶ ପାଲଟି ଯାଇଛି।ଏହାର ଉତ୍ତରରେ ଚୀନ୍‌ ଭାରତର ନାଁ ନନେଇ କହିଥିଲା ଜନସଂଖ୍ୟାର ଲାଭ କେବଳ ଜନସଂଖ୍ୟା ବଢାଇ ଦେଲେ ମିଳିନଥାଏ, ବଂର ଜନସଂଖ୍ୟାରେ କ୍ବାଲିଟି ମଧ୍ୟ ରହିବା ଦରକାର । ଚୀନ୍ କହିଛନ୍ତି ଏବେ ତା ପାଖରେ ୯୦୦ ମିଲିୟନ ବା ୯୦ କୋଟି ଲୋକଙ୍କ ଓ୍ବାର୍କଫୋର୍ସ ରହିଛି, ଯେଉଁମାନେ କି ଚୀନ୍‌ର ଅର୍ଥବ୍ୟବସ୍ଥାକୁ ଗତି ଦେବାରେ ସକ୍ଷମ।ଜାତିସଂଘର ତାଜା ରିପୋର୍ଟ ଅନୁସାରେ, ୧୯ ଅପ୍ରେଲରେ ୧୪୨.୮୬ କୋଟିର ଜନସଂଖ୍ୟା ସହିତ ଭାରତ ଏବେ ଚୀନ୍‌କୁ ପଛରେ ପକାଇ ଦୁନିଆର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଯାଇଛି। ଚୀନ୍‌ ଏବେ ୧୪୨.୫୭ କୋଟି ଜନସଂଖ୍ୟା ସହିତ ଦ୍ବିତୀୟ ସ୍ଥାନରେ ରହିଛି।ଏ​‌ ବାବଦରେ ଯେତେବେଳେ ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟର ପ୍ରଶ୍ନ ପଚରା ଯାଇଥିଲା ମୁଖପାତ ଓ୍ବେଙ୍ଗ ବେନାବିନ୍ କହିଛନ୍ତି, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଜନସଂଖ୍ୟା ଅଧିକ ରହିବାର ଫାଇଦା କେବଳ ପରିମାଣ ନୁହେଁ ଗୁଣବତ୍ତା ଉପରେ ନିର୍ଭର କରିଥାଏ। ସେ କହିଛନ୍ତି, ଜନସଂଖ୍ୟା ତ ନିଶ୍ଚିତ ଭାବରେ ଗୁରୁତ୍ବପୂର୍ଣ୍ଣ, କିନ୍ତୁ ଏହା ସହିତ ଟ୍ୟାଲେଣ୍ଟ ରହିବା ଜରୁରୀ। ଚୀନ୍‌ର ଜନସଂଖ୍ୟା ୧.୪ ବିଲିୟନରୁ ଅଧିକ, କିନ୍ତୁ କାମ କରୁଥିବା ବୟସର ଲୋକଙ୍କ ସଂଖ୍ୟା ୯୦୦ ମିଲିୟନ ରହିଛି। ଏହାଛଡା ଚୀନ୍ ନିଜର ବୟସ୍କ ହେଉଥିବା ଜନସଂଖ୍ୟା ଦ୍ବାରା ସୃଷ୍ଟି ହେବାକୁ ଥିବା ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛି।

Leave a Reply

Your email address will not be published. Required fields are marked *