Wed. Oct 14th, 2026

କରୋନା ଚକଡ଼ରେ ମନ୍ତ୍ରୀ ରାଜନାଥ ସିଂହ । ଗୁରୁବାର ଏ ନେଇ ସରକାରୀ ଭାବେ କୁହାଯାଇଛି। କରୋନାରେ ଆକ୍ରାନ୍ତ ହେବା ପରେ ରାଜନାଥ ସିଂହ ଘରେ ଏକାନ୍ତବାସରେ ରହିଛନ୍ତି। ତାଙ୍କଠାରେ ସ୍ବଳ୍ପ ଲକ୍ଷଣ ଦେଖା ଦେଇଥିବା କୁହାଯାଉଛି । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ରାଜନାଥ ସିଂହ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ କହିଛନ୍ତି।ରାଜନାଥ ସିଂହ ନୂଆଦିଲ୍ଲୀରେ ଆୟୋଜିତ ଭାରତୀୟ ବାୟୁ ସେନାର କମାଣ୍ଡର ସମ୍ମିଳନୀରେ ଏପ୍ରିଲ ୨୦ ତାରିଖ ଗୁରୁବାର ଦିନ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହାପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାନ୍ତି।

Leave a Reply

Your email address will not be published. Required fields are marked *