Wed. Oct 14th, 2026

ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ ଉପ-ନିରୀକ୍ଷକ ଶ୍ରୀ ସିଦ୍ଧେଶ୍ବର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା। ପିପିଲି ଥାନା ଅନ୍ତର୍ଗତ ଲୋଟସ ମଣ୍ଡପ, ଦାଣ୍ଡମୁକୁନ୍ଦପୁର ସାମ୍ନାରେ ଚଢ଼ାଉ କରି ଏକ ବ୍ୟକ୍ତି ଦାମୋଦର ଦାସ‌ ନାମକ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ତାଙ୍କ ଠାରୁ ୭୬ ଗ୍ରାମ ହିରୋଇନ ଜବତ କରି ଜିଲ୍ଲା ମୋବାଇଲ ସ୍କ୍ୱାଡ଼ କେସ ନଂ- 23/23-24 ରୁଜୁ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୭ ଲକ୍ଷ ୬୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ। ଏହି ଚଢ଼ାଉରେ ଅବକାରୀ ଏଏସଆଇ ସୁବାଷ ଚନ୍ଦ୍ର ମହାପାତ୍ର, କର୍ମଚାରୀ ଶ୍ରୀ ପ୍ରଦୀପ୍ତ କୁମାର ପଣ୍ଡା, ଜଗନ୍ନାଥ ଦାସ, ଡଲିମଣୀ, ଦିପ୍ତୀରଂଜନ ଦାସ ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *