ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ସାମାଜିକ ସମସ୍ୟାର ସମାଧାନ

ନବରଙ୍ଗପୁର: ନୂତନ ଜ୍ଞାନ କୌଶଳ ର ବ୍ୟବହାର ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ କୃତ୍ରିମ ହୁସିଆର୍ ବା ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସି ର ବ୍ୟବହାର ଅଧିକ ମାତ୍ରାରେ ବୃଦ୍ଧି ପାଇଛି ବୋଲି ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ପୂର୍ବତନ କୂଳପତି ଅରୁଣ କୁମାର ପୂଜାରୀ ମତବ୍ୟକ୍ତ କରିଛନ୍ତି । ‘ମୁଁ ବି ସମର୍ଥ’‌ କାର୍ଯ୍ୟକ୍ରମ ର ୨୧ ତମ ଅଧ୍ୟାୟ ରେ ଯୋଗ ଦେଇ କୃଷି, ସ୍ବାସ୍ଥ୍ୟ,ଟେଲି ଯୋଗାଯୋଗ, ମହାକାଶ ଯାନ ପ୍ରେରଣ ସାଙ୍ଗକୁ ରେଳ ଟିକେଟ ଓ ଇଣ୍ଟରନେଟ ଆଦି ରେ ଭାରତ ଏବଂ ବିଭିନ୍ନ ଦେଶରେ ଏ.ଆଇ ର‌ ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ବୋଲି ପ୍ରଫେସର ପୂଜାରୀ କହିଛନ୍ତି । ବିଦ୍ୟାର୍ଥୀ ମାନେ ସାମ୍ପ୍ରତିକ ପରିସ୍ଥିତି କୁ ଲକ୍ଷ୍ୟ କରି ଏହି ପାଠ୍ୟକ୍ରମ ରେ ଯୋଗ ଦେଇ ପାରିବେ ବୋଲି ପ୍ରକାଶ କରିଛନ୍ତି । ହାଇଦ୍ରାବାଦ ସ୍ଥିତ ଇଣ୍ଟରନେସନାଲ୍ ଇନ୍ଷଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ର ଡିନ୍ ପ୍ରଫେସର ସିଭି ଜବାହାର ଯୋଗ ଦେଇ ବ୍ୟାଙ୍କ, ପାଣିପାଗ ଓ ଇ-ଗଭର୍ନାନ୍ସ କ୍ଷେତ୍ରରେ ଏ.ଆଇ ର ବ୍ୟବହାର ବୃଦ୍ଧି ପାଇଛି । ଏହାଛଡା ଏ.ଆଇ ସମାଜର ଅନେକ ସମସ୍ୟା, ସମାଧାନ କରାଯାଇ ପାରିବ ବୋଲି ପ୍ରଫେସର ଜବାହାର ମତବ୍ୟକ୍ତ କରିଛନ୍ତି । ‘ମୁଁ ବି ସମର୍ଥ’ କାର୍ଯ୍ୟକ୍ରମ ର ସଂଯୋଜକ ତଥା ଉପସ୍ଥାପକ ଲକ୍ଷ୍ମୀ ନାରାୟଣ ବକ୍ସି ଯୋଗ ଦେଇ କୃତ୍ରିମ ହୁସିଆର ଦ୍ଵାରା ମାନବ ସମାଜର କାର୍ଯ୍ୟ ଧାରା କୁ ଅଧିକ ସମ୍ପାଦିତ କରି ପାରିଛି ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଓଡ଼ିଆ ର ବିଭିନ୍ନ ପ୍ରଦେଶରୁ ବିଦ୍ୟାର୍ଥୀ ସହ ଦୁବାଇରୁ ବିଦ୍ୟାର୍ଥୀ ଯୋଗ ଦେଇଥିଲେ ।

You May Also Like

More From Author

+ There are no comments

Add yours