‘ପ୍ରଶାସନିକ ସେବାରେ ଜନସେବା ର ଅନେକ ସୁଯୋଗ ଭରି ରହିଛି’

ନବରଙ୍ଗପୁର: ପ୍ରଶାସନିକ ସେବା ଦ୍ଵାରା ଅନେକ ଜନସାଧାରଣ ଙ୍କ ସେବା କରାଯାଇ ପାରିବ ବୋଲି ‘ମୁଁ ବି ସମର୍ଥ’‌ କାର୍ଯ୍ୟକ୍ରମ ର ୧୯ ତମ ଅଧ୍ୟାୟ ରେ ଯୋଗ ଦେଇ ରାଜ୍ୟ ଆଦିବାସୀ, ହରିଜନ ଓ ପଛୁଆ ଜାତି ବିକାଶ ର ଉପ ନିର୍ଦ୍ଦେଶିକା ଓ ଉପ ସଚିବ ପ୍ରଣତି ପାତ୍ର ଯୋଗ ଦେଇ ଜନ‌ ସେବା କ୍ଷେତ୍ରରେ ପ୍ରଶାସନିକ ଅଧିକାରୀ ଙ୍କ ପାଇଁ ଅନେକ ସୁଯୋଗ ରହିଛି ବୋଲି ମତ ପ୍ରକାଶ କରିଛନ୍ତି । । କୋରାପୁଟ ଜିଲ୍ଲା ଉନ୍ନୟନ ବିକାଶ ପ୍ରକଳ୍ପର ନିର୍ଦ୍ଦେଶକ ପ୍ରବୀର ପ୍ରଧାନ ଯୋଗଦେଇ ପ୍ରଶାସନିକ ସେବା ରେ ପରୀକ୍ଷା ପାଇଁ ପ୍ରସ୍ତୁତି, ଇଚ୍ଛାଧୀନ ବିଷୟ ଓ ମୌଖିକ ପରୀକ୍ଷା ରେ ପ୍ରସ୍ତୁତି ର ବିଭିନ୍ନ ଉପାୟ ବିଦ୍ୟାର୍ଥୀ ଙ୍କୁ ବୁଝାଇଥିଲେ । ନବରଙ୍ଗପୁର ଜିଲ୍ଲାର ସହକାରୀ ଜିଲ୍ଲାପାଳ ମୈାସୁମୀ ନାୟକ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି ପାଉଥିବାରୁ ନିଜକୁ କିଭଳି ପ୍ରସ୍ତୁତ କରାଯାଇ ପାରିବ ସେ ସମ୍ପର୍କରେ ବୁଝାଇ ଥିଲେ ।
କେନ୍ଦୁଝର ଆଦିବାସୀ ଉନ୍ନୟନ ପ୍ରକଳ୍ପ ର ପ୍ରକଳ୍ପ ପ୍ରଶାସକ ପ୍ରତାପ ପ୍ରୀତିମୟ ଯୋଗ ଦେଇ ସାଧାରଣ ବିଦ୍ୟାର୍ଥୀ ମଧ୍ୟ ପ୍ରଶାସନିକ ସେବା ରେ ଉତ୍ତୀର୍ଣ୍ଣ ହୋଇ ଥିବାର ଅନେକ ନଜର ରହିଛି । ତେଣୁ ନିଜକୁ ସଠିକ୍ ରୂପରେ ପ୍ରସ୍ତୁତ ସହ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର ଦ୍ଵାରା ନିଜକୁ ସଫଳ କରି ପାରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି । ‘ମୁଁ ବି ସମର୍ଥ’‌ କାର୍ଯ୍ୟକ୍ରମ ର ସଂଯୋଜକ ଲକ୍ଷ୍ମୀ ନାରାୟଣ ବକ୍ସି ଏହି କାର୍ଯ୍ୟକ୍ରମ କୁ ଉପସ୍ଥାପନା କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାର ବିଦ୍ୟାର୍ଥୀ ଯୋଗ ଦେଇ ସେମାନଙ୍କ ପ୍ରଶ୍ନ ବିଶେଷଜ୍ଞ ଙ୍କ ଠାରୁ ପଚାରି ବୁଝିଥିଲେ ।

You May Also Like

More From Author

+ There are no comments

Add yours