ତରାପି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ଉତ୍ସବ, ଯୋଗ ଦେଲେ ରାଜ୍ୟପାଳ

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ତରାପି ଗ୍ରାମର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ରାଜ୍ୟପାଳଙ୍କୁ ପ୍ରଥମେ ଜିଲ୍ଲା ପୋଲିସ୍ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରି ସଭା ମଞ୍ଚ କୁ କମିଟି ପକ୍ଷରୁ ପାଛୋଟି ନିଆଗଲା । ଏହି ଅବସରରେ ଆୟୋଜିତ ସଭାରେ ପ୍ରଥମେ ଶତ ବାର୍ଷିକୀ କମିଟି ଉପସଭାପତି ପ୍ରଫେସର ରବି ନାରାୟଣ ସୁବୁଦ୍ଧି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଓଡିଶା ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ, ସମ୍ମାନିତ ଅତିଥି ଭାବେ କଲିକତା ସ୍ଥିତ ସତ୍ୟଜିତ୍ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇଣ୍ଡଟ୍ରିର ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ଓ ମୁଖ୍ୟ ବକ୍ତା ଭାବେ ମାନ୍ୟବର ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦ ସଂପାଦକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ଡାକ ଟିକଟ ଉନ୍ମୋଚନ ସହ ବିଦ୍ୟାଳୟ ସ୍ମରଣିକା ଉନ୍ମୋଚନ ହୋଇଥିଲା। ପରି ଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭା ସମାପନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

You May Also Like

More From Author

+ There are no comments

Add yours