ଅଖିମୁଠି ଅନୁକୂଳ କରିଲେ ଜଟଣୀ ବିଧାୟକ

ଖୋର୍ଦ୍ଧା: ସବୁଠି ପବିତ୍ର ଅକ୍ଷୟ ତୃତୀୟର ଉତ୍ସାହ । ଚାଷୀ ମାନଙ୍କ ବଡ ପର୍ବ ଆଜିର ଦିନରେ ଚାଷୀ ମାନେ ଆଖି ମୁଠି ଅନୁକୂଳ କରିଥାନ୍ତି । ଏହି ଅବସରରେ ଓଡ଼ିଶାର କୋଣ ଅନୁକୋଣରେ ଆଖି ମୁଠି ଅନୁକୂଳ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅଧିନ ଛତାବର ପଞ୍ଚାୟତରେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଅଖି ମୁଠି ଅନୁକୂଳ କରିଛନ୍ତି । ସାଥିରେ ତାଙ୍କ ଦୁଇ ପୁଅ ସିଦ୍ଧାର୍ଥ ଓ ମନ୍ମଥଙ୍କୁ ସାଙ୍ଗରେ ଧରି ଏକ ବିରାଟ ପଟୁଆରରେ ଛତାବର ଛକ ନିକଟରୁ ଏକ ବିରାଟ ପଟୁଆରରେ ପାଇକ ଆଖଡା କରି ବିଲ ନିକଟକୁ ଚାଷୀ ମାନଙ୍କ ସହିତ ପହଞ୍ଚିଥିଲେ । ସେଠାରେ ପ୍ରଥମେ ପୂଜାର୍ଚ୍ଚନା କରିବାପରେ ଆରମ୍ଭ ହୋଇଥିଲା ଧାନ ବୁଣା । ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସର ଆଇନ ସେବା ଅଧିକାରୀ ଶିବାନନ୍ଦ ରାୟ, ବ୍ଲକ କଂଗ୍ରେସ ସଭାପତି ବାବୁଲି ରାଉତରାୟ ଓ କଂଗ୍ରେସର ଶତାଧିକ କର୍ମୀ ଯୋଗଦେଇ ଅଖି ମୁଠି ଅନୁକୂଳ କରିଥିଲେ

You May Also Like

More From Author

+ There are no comments

Add yours