ଶବ୍ଦ ଓଡିଶା ବ୍ୟୁରୋ: ପୁରୀର ରଥଯାତ୍ରା ପୂର୍ବରୁ ବିପର୍ଯ୍ୟୟ ପରିଚାଳନା ପାଇଁ ବୈଠକ ଅନୁଷ୍ଠିତ ହୋଇଛି। ରଥଯାତ୍ରା ସମୟରେ କୌଣସି ବିପର୍ଯ୍ୟୟର ମୁକାବିଲା ପାଇଁ ବୈଠକରେ ଆଲୋଚନା ହୋଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ, ରାସ୍ତାଘାଟ ମରାମତି ଓ ଉନ୍ନତିକରଣ,ପାର୍କିଂ ବ୍ୟବସ୍ଥା, ଆଇନ ଶୃଙ୍ଖଳା ବ୍ୟବସ୍ଥା, ସୂଚନା କେନ୍ଦ୍ର, ସାସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା, ସେଚ୍ଛା ନିୟୋଜନ, ଶିଶୁ ସୁରକ୍ଷା, ପର୍ଯ୍ୟଟନ, ଅଗ୍ନି ନିର୍ବାପକ ଓ ଅନ୍ୟାନ୍ୟ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ସମ୍ପୃକ୍ତ ବିଭାଗ ମାନେ ଉପଯୁକ୍ତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀ ବିଭାଗ ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ସମସ୍ତ କାର୍ଯ୍ୟରେ ସହଯୋଗ ପାଇଁ ଅନୁରୋଧ କରିଥିଲେ । ଏଥିରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
