ପୁରୀ ଜିଲ୍ଲାପାଳଙ୍କ ସୁଆଣ୍ଡୋ ପ୍ରକଳ୍ପ ପରିଦର୍ଶନ

ଶବ୍ଦ ଓଡିଶା ବ୍ୟୁରୋ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ଷଠୀଘର, ନୂତନଭାବେ ପ୍ରସ୍ତୁତ ହୋଇଥିବା ଗୋପବନ୍ଧୁ ସଂଗ୍ରାହାଳୟ ଓ ଗୋପବନ୍ଧୁ ପାର୍କକୁ ଜିଲ୍ଲାପାଳ ସମର୍ଥ ବର୍ମା ପରିଦର୍ଶନ କରିଛନ୍ତି । ପ୍ରଥମେ ସୁଆଣ୍ଡୋରେ ପହଞ୍ଚି ଜିଲ୍ଲାପାଳ ଲୋକେଶ୍ୱର ମନ୍ଦିର ବୁଲି ଦେଖିଥିଲେ । ପରେ ସେ ଷଠୀଘର,ଗୋପବନ୍ଧୁ ମ୍ୟୁଜିୟମ ଓ ପାର୍କ ବୁଲି ଦେଖିଥିଲେ। ଟିକେଟ କାଉଁଣ୍ଟରରେ ପହଂଚି ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସହ ପର୍ଯ୍ୟଟକମାନଙ୍କ ପଞ୍ଜିକରଣ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଟିକେଟ କରୁଥିବା ବ୍ୟକ୍ତିମାନଙ୍କୁ ଖରା ଓ ବର୍ଷାରୁ ରକ୍ଷା ପାଇଁ ଟିକେଟ ଗୃହ ପାଖରେ ସେଡ଼ ବା ଛାଇର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓବିସିସି କର୍ତ୍ତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିଭଳି ପରିଦର୍ଶନରେ ଆସିଥିବା ପର୍ଯ୍ୟଟକଙ୍କ ସହିତ ସ୍ଥାନୀୟ ଆବଶ୍ୟକତା ବିଷୟରେ ପଚାରି ବୁଝିଥିଲେ l ସମ୍ପୂର୍ଣ୍ଣ ପରିବେଶକୁ ପରିଷ୍କାର,ପରିଛନ୍ନ,ପାନୀୟ ଜଳ ଇତ୍ୟାଦିର ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପରେ ଜିଲ୍ଲାପାଳ ସତ୍ୟବାଦୀରେ ନିର୍ମାଣ ହେଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ସତ୍ୟବାଦୀ ତହସିଲଦାର ଜୟନ୍ତ ଜୟସିଂ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପଣ୍ଡିତ ଗୋପବନ୍ଧୁଙ୍କ ସମ୍ପର୍କୀୟ ଧୀରେନ ଦାସ ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଓବିସିସି ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ କିଛି ପର୍ଯ୍ୟଟକଙ୍କ ସହ ଜିଲ୍ଲାପାଳ ବାର୍ତ୍ତାଳାପ କରିଥିଲେ।

You May Also Like

More From Author

+ There are no comments

Add yours