ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସବ୍-ରେଜିଷ୍ଟ୍ରାର ଅଫିସର ବରିଷ୍ଠ କିରାଣି

ଶବ୍ଦ ଓଡିଶା ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁରୀ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟର ବରିଷ୍ଠ କିରାଣି । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବରିଷ୍ଠ କିରାଣି ରଘୁନାଥ ବିଷୋୟୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ପାୱାର ଆଟର୍ଣ୍ଣିଂ ଲାଗି ବରିଷ୍ଠ କିରାଣି ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେତେବେ ବ୍ୟକ୍ତିଜଣଙ୍କ ୧୦ ହଜାର ଟଙ୍କା ଦେବାକୁ ଅକ୍ଷମ କହିବାରୁ ୫ ହଜାର ଟଙ୍କାରେ କଥା ଛିଡ଼ିଥିଲା । ଆଜି ବରିଷ୍ଠ କିରାଣି ବିଷୋୟୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ମାଡ଼ି ବସିଥିଲେ । ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏନେଇ ଭୁବନେଶ୍ୱର ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇଛି ।

You May Also Like

More From Author

+ There are no comments

Add yours