ମାଝିଗୁଡ଼ାରେ ଜଙ୍ଗଲ ନିଆଁ ପ୍ରତିକାର ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ସମ୍ବନ୍ଧୀୟ ସଚେତନତାମୂଳକ କାର୍ଯ୍ୟକ୍ରମ

ଶବ୍ଦ ଓଡିଶା ବ୍ୟୁରୋ: ଜଙ୍ଗଲ ନିଆଁ ପ୍ରତିକାର ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ସମ୍ବନ୍ଧୀୟ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ଡକ୍ଟର ବିଜୟ କୁମାର ପରିଡ଼ା ନିର୍ଦ୍ଦେଶକ୍ରମେ କଲ୍ୟାଣସିଂହପୁର ବ୍ଲକ ମାଝିଗୁଡ଼ା ହାଟଠାରେଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ଦେବଗିରି କଳା ପରିଷଦର କଳାକାରମାନେ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ ଏଥିରେ ଜଙ୍ଗଲରେ ନିଆଁ ନ ଲଗେଇବା ଏବଂ ନିଆଁ ଲଗେଇବା ଦ୍ଵାରା ପରିବେଶ ଓ ମଣିଷ ସମାଜ ପ୍ରତି କିପରି କ୍ଷତି ସହିବାକୁ ପଡ଼ିବ ଏ ବିଷୟରେ କଳାକାର ମାନେ ନାଟକ ପରିବେଷଣ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡକ୍ଟର ଚିନ୍ମୟ ସାହୁ, ମୁଖ୍ୟ ବକ୍ତା ଭାବେ ସହକାରୀ ଶିକ୍ଷକ ଶ୍ରୀଧର ପଟ୍ଟନାୟକ ଓ ସମ୍ମାନୀୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲା ପରିଷଦ ପ୍ରତିନିଧି ସମାଜସେବୀ ଜି. ଶିବା ମଞ୍ଚାସିନ ରହିଥିଲେ। କଲ୍ୟାଣସିଂହପୁର ବ୍ଲକ ତଥା ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା ଅତିଥି ପରିଚୟ ପ୍ରଦାନ କରିଥିଲେ । ବନବିଭାଗର ସମସ୍ତ କାର୍ଯ୍ୟରତ ଅଧିକାରୀ, କର୍ମଚାରୀମାନେ ସହଯୋଗ କରିଥିବା ବେଳେ ଏହି କାର୍ଯ୍ୟକ୍ରମଟିକୁ ଦୁଇ ହଜାରରୁ ଉର୍ଦ୍ଧ୍ୱ ଲୋକେ ସାମିଲ ହୋଇଥିଲେ ।

You May Also Like

More From Author

+ There are no comments

Add yours