ଝାରସୁଗୁଡ଼ା ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କରିବେ ଦୀପାଳି ଦାସ

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ଦୀପାଳି ଦାସ । ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ପଡ଼ିଛି । ଆଉ ସେହି ଆସନରୁ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ପୂର୍ବରୁ ୧୫ ତାରିଖରେ ନବୀନ ନିବାସ ଯାଇ ଦଳର ନେତା, ସଂଗଠନ ସଂପାଦକ ଏବଂ ଦଳୀୟ ପର୍ଯ୍ୟବେଶକଙ୍କ ଉପସ୍ଥିତିରେ ଆଲୋଚନା କରି ଫେରିଥିଲେ ଦୀପାଳି । ବିଜେଡି ସୁପ୍ରିମୋ ନବୀନଙ୍କ ଠାରୁ ଦଳୀୟ ଟିକେଟ ଗ୍ରହଣ କରି ଆସିବା ପରେ ସେ ଗଣମାଧ୍ୟମକୁ ଟିକେଟ୍ ଦେଖାଇଥିଲେ । ସେତେବେଳେ ଦୀପାଳି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ନେଇଛନ୍ତି, ବିଜୟୀ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ଅଛନ୍ତି । ତିନି ପ୍ରମୁଖ ଦଳଙ୍କ ଭିତରେ ବିଜେଡି ପ୍ରଥମେ ଏହାର ପ୍ରାର୍ଥୀ ଘାଷଣା କରିଥିଲା ।

You May Also Like

More From Author

+ There are no comments

Add yours