ଆଜିଠୁ ଦୁଇ ଦିନ ସ୍କୁଲ ବନ୍ଦ

ଶବ୍ଦ ଓଡିଶା ବ୍ୟୁରୋ: ତାତିିରେ ଜଳୁଛି ସାରା ଓଡ଼ିଶା । ଏହାକୁ ଦୃଷ୍ଟିରେ ରଖି ସରକାର ଆଉ ଦୁଇଦିନ ପାଇଁ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ଆଜି ଓ ଆସନ୍ତାକାଲି ରାଜ୍ୟରେ ସମସ୍ତ ସରକାରୀ ସ୍କୁଲ ବନ୍ଦ ରହିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ରାଜ୍ୟରେ ବୃଦ୍ଧି ପାଉଥିବା ତାପମାତ୍ରା ଏବଂ ହିଟୱେବ୍ ଆଶଙ୍କା ନେଇ ପାଣିପାଗ ବିଭାଗର ଆକଳନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ବୁଧବାର ଓ ଗୁରୁବାର ପାଇଁ ସ୍କୁଲ ବନ୍ଦ କରାଯାଇଥିବା ବେଳେ ଶୁକ୍ରବାର ମଧ୍ୟ ସରକାରୀ ଛୁଟି ରହିଛି । ଏହା ପୂର୍ବରୁ ମଧ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲକୁ ଛୁଟି ରଖିଥିଲେ । ଏପ୍ରିଲ ୧୨ରୁ ୧୬ ତାରିଖ ଯାଏଁ ଛୁଟି ଘୋଷଣା କରାଯାଇଥିଲା । ୧୭ ତାରିଖରେ ସ୍କୁଲ ଖୋଲିବା ପରେ ସକାଳ ସାଢେ ୬ଟାରୁ ୧୧ଟା ଯାଏଁ ପାଠପଢା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ । ଏବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ପୁଣି ଦୁଇଦିନ ପାଇଁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ।

You May Also Like

More From Author

+ There are no comments

Add yours