ସମ୍ବଲପୁରରେ ଆଜିଠାରୁ ୪ ଘଣ୍ଟା ପରିବର୍ତ୍ତେ ସାଢ଼େ ୬ ଘଣ୍ଟା କର୍ଫ୍ୟୁ କୋହଳ

ଶବ୍ଦ ଓଡିଶା ବ୍ୟୁରୋ: ସୁଧୁରୁଛି ସମ୍ବଲପୁର ସ୍ଥିତି । ପରିସ୍ଥିତି ସୁଧୁରିବା ପରେ ଜିଲ୍ଲା ପ୍ରଶାସନ ସମ୍ବଲପୁରରେ କର୍ଫ୍ୟୁ କୋହଳ ସମୟ ବୃଦ୍ଧି କରିଛି । ଆଜି ଠାରୁ ସାଢ଼େ ୬ ଘଣ୍ଟା କୋହଳ ରହିବ କର୍ଫ୍ୟୁ । କର୍ଫ୍ୟୁ ସକାଳ ସାଢ଼େ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ୪ ଘଣ୍ଟା ଓ ଦିନ ସାଢ଼େ ୩ଟାରୁ ୬ଟା ଯାଏଁ ଅଢ଼େଇ ଘଣ୍ଟା କୋହଳ ରହିବ । ଅର୍ଥାତ୍ ଏହି ସମୟ ଭିତରେ ଲୋକେ ବାହାରେ ଚଳପ୍ରଚଳ କରିପାରିବେ ।

ଅନ୍ୟପକ୍ଷରେ ଆଜି ଦିନ ୧୦ଟାରେ ଇଣ୍ଟରନେଟ୍ କଟକଣା ସମୟ ଶେଷ ହେବାକୁ ଯାଉଛି । ଦୀର୍ଘ ୪ ଦିନ ଧରି ସମ୍ବଲପୁର ଜିଲ୍ଲାବାସୀ ଇଣ୍ଟରନେଟ୍ ସେବା ନପାଇ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଇଣ୍ଟରନେଟ୍ ସହ ଗୁଜବ ବ୍ୟାପିବାର ଆଶଙ୍କା ଜଡ଼ିତ ଥିବାରୁ ପ୍ରଶାସନ ଇଣ୍ଟରନେଟ୍ କଟକଣା ସମୟ ବୃଦ୍ଧି କରିବାର ସମ୍ଭାବନା ରହିଛି ।

You May Also Like

More From Author

+ There are no comments

Add yours