Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠୁ ପୁଣି ସ୍ୱାଭାବିକ ହେଲା ସ୍କୁଲ୍। ଗ୍ରୀଷ୍ମପ୍ରବାହ ଯୋଗୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିବା ପରେ ଆଜିଠୁ ପୁଣି ଥରେ ଖୋଲିଛି। ସକାଳ ସାଢ଼େ ୬ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ କ୍ଲାସ୍ ହେବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଙ୍କର ସକାଳୁଆ ହେବା ନେଇ ଏଥିପାଇଁ ଆଜି ସ୍କୁଲ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାସହ ବିଦ୍ୟାଳୟ ଗୁଡିକରେ ପାନୀୟ ଜଳ ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୧୬ ତାରିଖ ଯାଏଁ ହୋଇଥିଲା ଛୁଟି ଘୋଷଣା। ଅନ୍ୟପକ୍ଷରେ ସମ୍ବଲପୁର ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ଛୁଟି ଅବଧି ବଢାଇଛି ଜିଲ୍ଲା ପ୍ରଶାସନ। ଆଜି ଓ ଆସନ୍ତାକାଲି ମଧ୍ୟ ଜିଲ୍ଲାର ସବୁ ସ୍କୁଲ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *