Thu. Oct 15th, 2026

ଏଣିକି ଓଡ଼ିଆ ଭାଷାରେ ହେବ ପୋଲିସ ପରୀକ୍ଷା। ଶନିବାର ଗୃହ ମନ୍ତାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । CAPF ବା ସେଣ୍ଟ୍ରାଲ ଆର୍ମଡ୍‌ ପୋଲିସ ଫୋର୍ସ ପାଇଁ ହେବାକୁ ଥିବା ପ୍ରତ୍ୟେକ ପରୀକ୍ଷା ଏଣିକି ହିନ୍ଦି ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ କରାଯିବ ।ଏପରିକି ଓଡ଼ିଆ ଭାଷାରେ ମଧ୍ୟ ଜଣେ ଏହି ପରୀକ୍ଷା ଦେଇପାରିବ। ଗୃହ ମନ୍ତ୍ରାଳୟ ପକ୍ଷରୁ ଏହା ଏକ ବଡ଼ ନିଷ୍ପତ୍ତି ବୋଲି କୁହାଯାଉଛି । ଏହି ନିଷ୍ପତ୍ତି ଦ୍ୱାରା ପରୀକ୍ଷାର୍ଥୀ ନିଜ ଭାଷାରେ ପରୀକ୍ଷା ଦେବାର ସୁଯୋଗ ପାଇବେ । ଜାନୁଆରୀ ୧ରୁ ଏହା ବିଦ୍ଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ ।https://twitter.com/HMOIndia/status/1647126001241997314?s=20

ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଏହି ଦିଗରେ ନିଷ୍ପତ୍ତି ନେବା ପାଇଁ କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ନିର୍ଦ୍ଦେଶ ପରେ ଏଭଳି ବଡ଼ ନିପତ୍ତି ନିଆଯାଇଛି । କନଷ୍ଟେବଲ GD ହେଉଛି ଏମିତି ଏକ ପରୀକ୍ଷା, ଯାହାକୁ SSC ପକ୍ଷରୁ ଆୟୋଜନ କରାଯାଏ । ସାରା ଦେଶରେ ଏହା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କୁ ଚାକିରି କରିବାର ସୁଯୋଗ ଦେଇଥାଏ । ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ଏଭଳି ନିଷ୍ପତ୍ତିକୁ ସ୍ୱାଗତ ଜଣାଇଥିବା ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *