ୟୁପିରେ ଗ୍ୟାଙ୍ଗଷ୍ଟରକୁ ହତ୍ୟା ପରେ ବିଳମ୍ବିତ ରାତିରେ ୟୁପି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଶବ୍ଦ ଓଡିଶା ବ୍ୟୁରୋ: ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟରରୁ ନେତା ବନିଥିବା ଆତିକ୍ ଅହମ୍ମଦଙ୍କୁ ହତ୍ୟା। ଗୁଳିମାଡ଼ରେ ଆତିକର ଭାଇ ଅଶ୍ରଫ୍ ମଧ୍ୟ ଘଟଣାସ୍ଥଳରେ ଟଳି ପଡିଛିି । ପ୍ରୟାଗରାଜ ମେଡିକାଲ୍ କଲେଜକୁ ନିଆଯାଉଥିବା ବେଳେ ଏହି ଗୁଳିକାଣ୍ଡ ଘଟିଛି ।

ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଭାଇ ଅସରଫ ହତ୍ୟା ଘଟଣାର ହେବ ନ୍ୟାୟିକ ତଦନ୍ତ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିର୍ଦ୍ଦେଶ ଦେଇଛନ୍ତି । ହତ୍ୟାକାଣ୍ଡ ଘଟଣା ପରେ ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକ ବସିଥିଲା । ଏହାପରେ ତିନି ଜଣିଆ ନ୍ୟାୟିକ ଆୟୋଗ ଗଠନ କରାଯାଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ । ଏଥିସହ ସାରା ରାଜ୍ୟକୁ ହାଇଆଲର୍ଟ କରାଯାଇଛି । ୧୪୪ ଧାରା ଲାଗୁ ହୋଇଛି । ପୋଲିସ ସମସ୍ତ ୭୫ଟି ଜିଲ୍ଲାରେ ଫ୍ଲାଗମାର୍ଚ୍ଚ କରିଛି । ରାଜ୍ୟର ସମସ୍ତ ପୋଲିସଙ୍କ ଛୁଟି ବାତିଲ କରାଯାଇଛି ।

You May Also Like

More From Author

+ There are no comments

Add yours