ସମ୍ବଲପୁରର ହିଂସାକାଣ୍ଡ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ, ଏଯାଏଁ ଗିରଫ ହେଲେଣି ୪୯

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁର ହିଂସାକାଣ୍ଡ ଘଟଣାରେ କାର୍ଯ୍ୟନୁଷ୍ଠାନ ଜାରି ରଖିଛି ସମ୍ବଲପୁର ପୁଲିସ । ବର୍ତମାନ ହିଂସାକାଣ୍ଡରେ ସଂପୃକ୍ତ ଥିବା ୪୯ ଜଣଙ୍କୁ ଗରିଫ କରିଛି ପୁଲିସ୍ । ଶୁକ୍ରବାର ୨୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଶନିବାର ୨୩ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ସିସିଟିଭି ଓ ଭିଜୁଆଲ୍ ପ୍ରମାଣ ଆଧାରରେ ଆହୁରି ୫୦ ଜଣଙ୍କୁ ଗିରଫ କରିବା ପାଇଁ ଚିହ୍ନଟ କରାଯାଇଛି । ଏମାନଙ୍କୁ ଖୁବଶୀଘ୍ର ଗିରଫ କରାଯାଇପାରେ ।

ସମ୍ବଲପୁରରେ ସୃଷ୍ଟି ହୋଇଥିବା ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ସହରର ବିଭିନ୍ନ ସ୍ଥାନକୁ ନିଜେ ଯାଇ ଆଇନଶୃଙ୍ଖଳା ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଉପସ୍ଥିତ ଅଧିକାରୀଙ୍କୁ ଭେଟି ସହରରେ କିପରି ଶାନ୍ତି ଫେରିଆସିବ, ସେ ନେଇ ଆଲୋଚନା କରିଛନ୍ତି । ଡିଜିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ସହରର ଅଶାନ୍ତ ଅଂଚଳ ବୁଲିଛନ୍ତି । ସମ୍ବଲପୁର ସହରର ସ୍ୱାଭାବିକ୍ ସ୍ଥିତି ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ସହ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗରେ ରହିଛନ୍ତି ପୁଲିସ୍ ଡିଜି ।

You May Also Like

More From Author

+ There are no comments

Add yours