ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜିଠୁ ମିଳିବ ତାତିରୁ ତ୍ରାହି

ଶବ୍ଦ ଓଡିଶା ବ୍ୟୁରୋ: ଅସହ୍ୟ ଗୁଳୁଗୁଳି ଓ ତାତି ଭିତରେ ଆଶ୍ୱସ୍ତିକର ଖବର । ଆଜିଠୁ କମିବ ତାତି । ସାରା ରାଜ୍ୟରେ ବର୍ଷା ହେବ । ୧୨ଟି ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଘଡଘଡି ସହ ବର୍ଷା ହେବ ବୋଲି ସୂଚନା ରହିଛି । କାଳବୈଶାଖୀ ପ୍ରଭାବରେ ଉପକୂଳରୁ ପଶ୍ଚିମ ଓ ଦକ୍ଷିଣ ଓଡିଶା ସବୁଠି ବର୍ଷା ହେବ ।
ୟେଲୋ ୱାଣ୍ଣିଂ ଜାରି ହୋଇଥିବା ସ୍ଥାନ ଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି. ଗଂଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ରହିଛି । ଆଜିଠୁ ୧୯ ତାରିଖ ଯାଏ ଘଡଘଡି ସହ ବର୍ଷା ସମ୍ଭାବନା । ୨୦ ପରେ ଗ୍ରୀଷ୍ମ ପ୍ରବାହ ଗାଏବ ହୋଇଯିବ ବୋଲି ସୂଚନା ରହିଛି ।ଆଇଏମଡିର ଜିଏଫଏସ ମଡେଲର ପୂର୍ବାନୁମାନ ଅନୁଯାୟୀ ୪୦ ଡିଗ୍ରୀରୁ କମ୍ ରହିବ ଆଜିର ତାପମାତ୍ରା ।

You May Also Like

More From Author

+ There are no comments

Add yours