ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ଲହରୀ ଜାରି; ବଢ଼ିପାରେ ସ୍କୁଲ ଛୁଟି

ଅବଧିରାଜ୍ୟରେ ୧୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଛୁଟି କରାଯାଇଛି ସମସ୍ତ ସ୍କୁଲ । ତେବେ ଆଗକୁ ଏଭଳି ଖରା ହେଲେ ଏପ୍ରିଲ ୧୬ ପରେ ପୁଣି ସ୍କୁଲ ଛୁଟି ନିଷ୍ପତ୍ତି ନିଆଯିବା ନେଇ ରାଜସ୍ୱ ମନ୍ତ୍ରୀ ଗତକାଲି ହିଟୱେଭ ପାଇ ବସିଥିବା ବୈଠକରେ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟ ସରକାର ଓ ରାଜସ୍ୱ ବିଭାଗ ଯାହା ନିଷ୍ପତ୍ତି ନେବେ ତାକୁ ସବୁ ବିଭାଗ କାର୍ଯ୍ୟକାରୀ କରିବେ । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ସମ୍ବେଦନଶୀଳ ଘଟଣାରେ ବି ସଠିକ ନିଷ୍ପତ୍ତି ନେଇଥିବା ନଜିର ରହିଛି । ଜାପାନରୁ ଫେରି ମୁଖ୍ୟମନ୍ତ୍ରୀ ଖରାକୁ ଦୃଷ୍ଟି ଦେଇ ପିଲାମାନଙ୍କ ସୁରକ୍ଷା ପାଇଁ ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ।

You May Also Like

More From Author

+ There are no comments

Add yours