Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ କିପରି ପ୍ରଜନନ କ୍ଷମତା ହ୍ରାସ ପାଇବାରେ ଲାଗିଛି, ନଜର ପକାନ୍ତୁ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ତଥ୍ୟ ଉପରେ –ବର୍ଷ ୧୯୯୨ରେ ୯୩ ୨.୯ ପ୍ରତିଶତ ଥିବା ବେଳେ ୧୯୯୮ରେ ଏହା ୯୯ ୨.୫ ପ୍ରତିଶତ, ୨୦୦୫ରେ ଏହା ୦୬ ୨.୪ ପ୍ରତିଶତ ଥିଲା । ୨୦୧୫ରେ ଏହା ୧୬ ୨.୧ ପ୍ରତିଶତ ଥିବା ବେଳେ ୨୦୧୯ରେ ୨୧ ୧.୮ ପ୍ରତିଶତ ଥିଲା ।

୩୦ ବର୍ଷ ତଳେ ଅର୍ଥାତ ୧୯୯୨-୯୩ରେ ପ୍ରଜନନ ହାର ଥିଲା ୨.୯ ପ୍ରତିଶତ । ଆଉ ଏହାରି ଭିତରେ ୧ ପ୍ରତିଶତରୁ ଅଧିକ ହ୍ରାସ ପାଇଲାଣି ପ୍ରଜଜନ କ୍ଷମତା । ୧୯୯୮-୯୯ରେ ୨.୫ ପ୍ରତିଶତ, ୨୦୦୫-୦୬ରେ ୨.୪ ପ୍ରତିଶତ, ୨୦୧୫-୧୬ରେ ୨.୧ ପ୍ରତିଶତ ଏବଂ ୨୦୧୯-୨୧ରେ ପ୍ରଜନନ କ୍ଷମତା ୧.୮ ପ୍ରତିଶତକୁ ଖସି ଆସିଲାଣି ।

ବିଶେଷଜ୍ଞଙ୍କ ମତରେ ଲାଇଫ୍ ଷ୍ଟାଇଲ୍, ଖାଦ୍ୟ, ନିଶାସେବନ ଆଦି କୁ-ଅଭ୍ୟାସ ଯୋଗୁଁ ଦମ୍ପତିଙ୍କ ପ୍ରଜନନ କ୍ଷମତା ହ୍ରାସ ପାଉଛି । ମହିଳାଙ୍କ କ୍ଷେତ୍ରରେ ପ୍ରମୁଖ କାରଣ ହେଲା ବିଳମ୍ବରେ ବିବାହ, ଚକଲେଟ୍ ସିଷ୍ଟ ଯୋଗୁଁ ଋତୁସ୍ରାବରେ ଅସୁବିଧା. ଫାଷ୍ଟଫୁଡ ଖାଇବା ଦ୍ୱାରା ଓଭାରିରେ ସମସ୍ୟା,
ବାରମ୍ବାର ଗର୍ଭପାତ, ମଧୁମେହ, ଥାଇରଏଡ୍ ଆଦି ପ୍ରଜନନ ‘କ୍ଷମତାକୁ ପ୍ରଭାବିତ କରୁଛି ।

ସେହିପରି ପୁୁରୁଷଙ୍କ କ୍ଷେତ୍ରରେ ମାତ୍ରାଧିକ ମୋବାଇଲ୍ ବ୍ୟବହାର, ଧୂମ୍ରପାନ ଓ ନିଶାଦ୍ରବ୍ୟ ସେବନ, କାର୍ଯ୍ୟଚାପ, ଜଳବାୟୁ ପରିବର୍ତ୍ତନ ଭଳି କାରଣ ଯୋଗୁଁ ଶୁକ୍ରାଣୁ ସଂଖ୍ୟା କମିବାରେ ଲାଗିଛି।

ନିଃସନ୍ତାନ ଦମ୍ପତିଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅନେକ ମହିଳା ମାତୃତ୍ୱ ପାଇଁ ଆଇଭିଏଫ୍ ସାହାରା ନେଉଛନ୍ତି । ତା’ର ସଫଳତା ହାର ମଧ୍ୟ ୩୦ରୁ ୩୨ ପ୍ରତିଶତ ମଧ୍ୟରେ ରହିଛି । ଏପଟେ ଆଇଭିଏଫ୍ରେ ଖର୍ଚ୍ଚାନ୍ତ ହେଉଛନ୍ତି ଦମ୍ପତି । ଏହାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଆଇଭିଏଫ୍ ସେଂଟର ଖୋଲିବାକୁ ଯାଉଛି ଭୁବନେଶ୍ୱର ଏମ୍ସ ।

Leave a Reply

Your email address will not be published. Required fields are marked *