ଗାଁ ଠୁ ସହର ପାଳୁଛି ଛେନାପୋଡ଼ ଦିବସ

ଆଜି ହେଉଛି ବିଶ୍ୱ ଛେନାପୋଡ଼ ଦିବସ। ସବୁଠି ଛେନାପୋଡ଼ର ମହକରେ ମହକୁଛି ଗାଁ ଠୁ ସହର। ଦିନକୁ ଦିନ ଛେନାପୋଡ଼ର ଚାହିଦା ବୃଦ୍ଧି ପାଉଛି l ନୟାଗଡ଼ର ଛେନାପୋଡ଼ ଓଡିଶାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି l ନୟାଗଡ଼ ଛେନାପୋଡ଼କୁ GI ଟ୍ୟାଗ ମାନ୍ୟତା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଛି l ପ୍ରତିବର୍ଷ ଏପ୍ରିଲ ୧୧କୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରିବାକୁ ଆରମ୍ଭ ହୋଇଛି l ଏପରିକି ଚଳିତ ବର୍ଷ ନୟାଗଡ଼ ଜିଲ୍ଲାର ସମସ୍ତ ସରକାରୀ ଦପ୍ତରରେ ଛେନାପୋଡ଼ ଦିବସକୁ ପାଳିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ l ଏପଟେ ଛେନାପୋଡ଼କୁ GI ଟ୍ୟାଗ ମାନ୍ୟତା ପାଇଁ ପୁରା ଦମରେ ଲାଗିଛି ନୟାଗଡ଼ ଜିଲ୍ଲା ପ୍ରଶାସନl

You May Also Like

More From Author

+ There are no comments

Add yours