Thu. Oct 15th, 2026

ମୋଦି ମୁହାଁ ହୋଇଛନ୍ତି ଏଲନ ମସ୍କ! ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରର ମାଲିକ ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିବା ଆରମ୍ଭ କରିଦେଇଛନ୍ତି। ସମଗ୍ର ଦୁନିଆରେ କେବଳ ୧୯୫ଜଣ ଅଛନ୍ତି, ଯେଉଁମାନଙ୍କୁ ଏଲୋନ ମସ୍କ ଫଲୋ କରିଥାନ୍ତି। ସୋମବାର ଏଲୋନ ମସ୍କ ଟୁଇଟ କରି ନିଜେ ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟୁଇଟରରେ ଫଲୋଅର୍ସଙ୍କ ସଂଖ୍ୟା ୮୭ମିଲିୟନରୁ ବି ଅଧିକ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଏହି ସୋସିଆଲ ସାଇଟରେ ସବୁଠାରୁ ଅଧିକ ଫଲୋ କରାଯାଉଥିବା ନେତାଙ୍କ ମଧ୍ୟରୁ ଅନ୍ୟତମ। ନିକଟରେ ଏଲୋନ ମସ୍କର ସର୍ବାଧିକ ସଂଖ୍ୟକ ଫଲୋଅର୍ସ ଥିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଟୁଇଟରରେ ଏଲୋନ ମସ୍କଙ୍କ ୧୩.୩ କୋଟିରୁ ଅଧିକ ଫଲୋଅର୍ସ ଅଛନ୍ତି।

Leave a Reply

Your email address will not be published. Required fields are marked *